ଜାନୁଆରୀରେ ସୋନାଲିକାର ସର୍ବାଧିକ ୧୦,୧୫୮ଟି ଟ୍ରାକ୍ଟର ବିକ୍ରି


ଭୁବନେଶ୍ୱର: ଭାରତର ଦ୍ରୁତ ବିକଶିତ ଟ୍ରାକ୍ଟର ନିର୍ମାତା ତଥା ଦେଶର ନମ୍ବର ୱାନ ଟ୍ରାକ୍ଟର ରପ୍ତାନୀ ବ୍ରାଣ୍ଡ, ସୋନାଲିକା ଜାନୁଆରୀ ମାସରେ ସର୍ବାଧିକ ୧୦, ୧୫୮ ଟ୍ରାକ୍ଟର ବିକ୍ରୟ କରିପାରିଛି । ଏହି ବିକ୍ରୟ ଗତବର୍ଷ ଜାନୁଆରୀ ମାସର ୭,୨୨୦ ଟ୍ରାକ୍ଟର ବିକ୍ରୟ ଠାରୁ ବେଶ ଅଧିକ ଅଟେ । ଜାନୁଆରୀ ୨୦୨୧ରେ ଘରୋଇ ବଜାରରେ ୮,୧୫୪ ଟ୍ରାକ୍ଟର ବିକ୍ରି କରିବା ଲାଗି ସୋନାଲିକା ଏକ ଗୁରୁତ୍ୱୂପୂର୍ଣ୍ଣ ମାର୍ଜିନ ସହିତ ଆଗେଇ ଆସିଛି, ଯାହା ଗତବର୍ଷ ଜାନୁଆରୀରେ ବିକ୍ରି ହୋଇଥିବା ୫,୫୮୫ ଟ୍ରାକ୍ଟର ତୁଳନାରେ ପାଖାପାଖି ୪୬% ଅଧିକ ଅଟେ ।
କମ୍ପାନୀର ଏହି ଉଲ୍ଲେଖନୀୟ ସଫଳତା ଉପରେ ମତ ରଖି ସୋନାଲିକା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ରମଣ ମିତଲ କହିଛନ୍ତି ଯେ, “ ଟ୍ରାକ୍ଟର ଏବଂ ପ୍ରୟୋଗଗୁଡ଼ିକ ପାଇଁ ଏକ ଦାୟୀତ୍ୱପୂର୍ଣ୍ଣ ଢଙ୍ଗରେ ଅତ୍ୟାଧୁନିକ ଟେକ୍ନୋଲୋଜି ବିକଶିତ କରିବା ପାଇଁ ସୋନାଲିକା ସର୍ବଦା ପ୍ରତିବଦ୍ଧ । କୃଷି ଯାନ୍ତ୍ରିକରଣର ପରିଚାଳନା ସହିତ ଆମର ଲକ୍ଷ ହେଉଛି ଉତ୍ପାଦ ମାଲିକାନାର ସମୁଦାୟ ବ୍ୟୟ ବୃଦ୍ଧି ନକରି ଗ୍ରାହକଙ୍କ ଉତ୍ପାଦକୁ ଯଥେଷ୍ଟ ବୃଦ୍ଧି କରିବା । ଏଭଳି ଏକ ଦମଦାର ପ୍ରଦର୍ଶନ ଆମର ହେଭି ଡ୍ୟୁଟି ଉତ୍ପାଦ ପୋର୍ଟଫୋଲିଓ ଦ୍ୱାରା ଚାଳିତ ଯାହା ବର୍ତମାନ ବହୁମୂଖୀ ସିକନ୍ଦର ଡିଏଲଏକ୍ସ ପୋଟାଟୋ ସ୍ପେସିଆଲ ସିରିଜକୁ ସାମିଲ କରିଛି । ଏହା ବିଶେଷ କରି ଆଳୁ ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଏହି ନୂତନ ସଂସ୍କରଣ କମ୍ପାନୀର ଗ୍ରାହକ କୈନ୍ଦ୍ରିକ ପ୍ରତିଶ୍ରୁତିର ଆଉ ଏକ ଉଦାହରଣ ଅଟେ ।”
ସୋନାଲିକା ଟ୍ରାକ୍ଟର ଦ୍ରୁତତମ ଭାବେ ବୈଷୟିକ ବିବର୍ତନକୁ ଆଗେଇ ନେଇ ଆସୁଛି ଯାହାକି କେବଳ କୃଷି ଯାନ୍ତ୍ରିକରଣକୁ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ବ୍ୟୟ ଅନୁକୂଳ ମୂଲ୍ୟ ଉପାୟ ଜରିଆରେ କୃଷକମାନଙ୍କର ଆବଶ୍ୟକତାକୁ ପୂରଣ କରୁଛି । ଏକ ଗ୍ରାହକ କୈନ୍ଦ୍ରିକ ବ୍ରାଣ୍ଡ ଭାବେ କମ୍ପାନୀ ପକ୍ଷରୁ ୨୦୨୦ରେ ୫ଟି ନୂଆ ପ୍ରିମିୟମ ଟ୍ରାକ୍ଟରର ଶୁଭାରମ୍ଭ କରିଥିଲା । ଏଥିରେ ଡିଜେଲ ସେଗମେଂଟରେ ଟାଇଗର, ସିକନ୍ଦର ଡିଏଲଏକ୍ସ, ମହାବଳୀ ଏବଂ ଛତ୍ରପତି ସିରିଜ ସାମିଲ ରହିଛି ଯାହାସହିତ ଭାରତର ପ୍ରଥମ ଫିଲ୍ଡ ରେଡି ଇଲେକ୍ଟ୍ରିକ ଟ୍ରାକ୍ଟର ସୋନାଲିକା ଟାଇଗର ଇଲେକ୍ଟ୍ରିକ ମଧ୍ୟ ସାମିଲ ରହିଥିଲା ।


Share It

Comments are closed.