ମୁମ୍ବାଇର ରେଡ୍ ଲାଇଟ୍ ଏରିଆରେ ନଜର ଆସିଲେ ଶ୍ଵେତା ବସୁ, ଏହା ପୂର୍ବରୁ ସେକ୍ସ ରାକେଟରେ ଉଠିଥିଲା ନାମ


ମୁମ୍ବାଇର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ ନିକଟରେ ମୁମ୍ବାଇର ରେଡ୍ ଲାଇଟ୍ ଅଞ୍ଚଳରେ ପହଞ୍ଚିଥିଲେ। ସୋସିଆଲ ସାଇଟରେ ଏହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି | ଫଟୋରେ ସେ ଦୁଇଜଣ ମହିଳାଙ୍କ ସହ ନଜର ଆସିଛନ୍ତି। ଏହି ଦୁଇଜଣ ମହିଳା ଓଢ଼ଣୀ ସହିତ ମୁହଁ ଘୋଡାଇ ଦେଇଛନ୍ତି। ଶ୍ୱେତା ତାଙ୍କ ପାଖରେ ବସିଛନ୍ତି। ଏପରି ପରିସ୍ଥିତିରେ, ଆପଣ ନିଶ୍ଚିତ ଭାବରେ ପ୍ରଶ୍ନ କରୁଥିବେ ଯେ ଶ୍ୱେତା ରେଡ ଲାଇଟ ଅଞ୍ଚଳରେ କଣ କରୁଛନ୍ତି?

ଅସଲରେ, ଶ୍ଵେତା ବସୁ ପ୍ରସାଦ ଖୁବଶୀଘ୍ର ଫିଲ୍ମ ଇଣ୍ଡିଆ ଲକଡାଉନ୍ ରେ ନଜର ଆସିବେ । ଏହି ଫିଲ୍ମ ରେ ସେ ଜଣେ ସେକ୍ସ ୱାର୍କର ର ଭୂମିକା ଗ୍ରହଣ କରୁଛନ୍ତି । ଏହି ଚରିତ୍ରକୁ ସଠିକ ଭାବରେ କରିବା ପାଇଁ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆର ଦ୍ୱାରସ୍ଥ ହୋଇଥିଲେ ଏବଂ ଏଥିପାଇଁ ସେକ୍ସ ୱାର୍କରଙ୍କ ସହିତ ଅନେକ ସମୟ ଧରି କଥା ମଧ୍ୟ ହୋଇଥିଲେ । ଏହି ଚରିତ୍ରର ନାମ ଏହାର ନିର୍ଦେଶକ ମଧୁର ଭଣ୍ଡାରକର ମେହଋନିସା ରଖିଛନ୍ତି । ଚରିତ୍ର ର ଗମ୍ଭୀରତା କୁ ବୁଝିବା ପାଇଁ ଭଣ୍ଡାରକର ଏବଂ ଶ୍ଵେତା ମୁମ୍ବାଇର ରେଡ୍ ଲାଇଟ୍ ଏରିଆ, କମାଠିପୁରା ଯିବାକୁ ନିଷ୍ପତି ନେଇଥିଲେ । ଏହା ଦ୍ୱାରା ଦୁଇଜଣ ସେଠାକାର ଜଣେ ଅସଲି ମେହଋନିସା ସହିତ ଦେଖା କରିଥିଲେ ।

ରେଡ୍ ଲାଇଟ୍ ଏରିଆ କୁ ଯିବାର ଅନୁଭବ ସେୟାର କରି ଶ୍ଵେତା କହିଛନ୍ତି , ମୁଁ ଯେଉଁ ଚରିତ୍ର ଗ୍ରହଣ କରିଛି ତାହା ବାସ୍ତବିକ ଅଟେ ଏବଂ ମୁଁ ଏଥିରେ ବୁଡ଼ିବାକୁ ଚାହୁଁଛି । ଯେ ପର୍ଯ୍ୟନ୍ତ ମୁଁ ଏହା ନ କରି ପାରିଛି, ସେପର୍ଯ୍ୟନ୍ତ ମୁଁ ଦର୍ଶକଙ୍କୁ ଏହାର ନିକଟତର କରିପାରିବିନି । ଫିଲ୍ମ ର ନିର୍ଦେଶକ ଙ୍କୁ ଏହା ଲାଗୁଥିଲା ଏହି ଚରିତ୍ର ଅନୁଯାଇ ମୋର କଥା କହିବା ଶୈଳୀ ବହୁତ ନରମ ଏବଂ ସଭ୍ୟ । ନିର୍ଦେଶକ ମଧୁର ଭଣ୍ଡାରକର ଙ୍କ ସହିତ କମାଠିପୁରା ଯିବାର ମୁଖ୍ୟ ଉଦେଶ୍ୟ ଥିଲା ସେଠାକାର ସେକ୍ସ ୱାର୍କରଙ୍କର କହିବା ଶୈଳୀକୁ ବୁଝିବା ।

ଶ୍ଵେତାଙ୍କୁ ପଚରା ଯାଇଥିଲା ଏମିତି ଜାଗାକୁ ଯିବା ପାଇଁ କଣ ଆପଣଙ୍କୁ କୌଣସି ପ୍ରକାର ସଙ୍କୋଚ କିମ୍ବା ଡର ଲାଗିଥିଲା କି ? ଉତ୍ତରରେ ଅଭିନେତ୍ରୀ କହିଛନ୍ତି- ମୁଁ ସାମ୍ବାଦିକତା ର ଛାତ୍ରୀ ଅଟେ ଏବଂ ଏହି ସବୁ ଜିନିଷକୁ ମୁଁ ଦେଖିଛି ମଧ୍ୟ । ସେଠାକୁ ଯିବା ମୋ କାମ ସହିତ ସମ୍ବନ୍ଧିତ ଥିଲା । କିନ୍ତୁ ସଂକୋଚ ଏବଂ ଭୟ କେବଳ ଏଥିପାଇଁ ଲାଗୁଥିଲା, ଜଣା ଅଜଣାତରେ ମୁଁ କିଛି ଏମିତି ଅନୁଚିତ କଥା କହି ନଦିଏ ଯାହାଦ୍ୱାରା ତାଙ୍କୁ ଖରାପ ଲାଗିବ ।

ନିଜର ଅଭିନୟକୁ ଆହୁରି ସୁନ୍ଦର କରିବାପାଇଁ ଶ୍ଵେତା ପୁରୁଣା ହିନ୍ଦୀ ଫିଲ୍ମ ଦେଖୁଛନ୍ତି । ସେ ମଧୁରଙ୍କର ତିଆରି ଫିଲ୍ମ ରେ ତବୁଙ୍କ ଫିଲ୍ମ ଚାନ୍ଦିନୀ ବାର, କରିନା କପୁର ଙ୍କର ଚମେଲୀ ଏବଂ କୋଙ୍କଣା ସେନଶର୍ମା ଙ୍କ ଟ୍ରାଫିକ୍ ସିଗ୍ନାଲ ଦେଖି ସାରିଛନ୍ତି । ସୂଚନା ଅନୁସାରେ, ୨୦୧୪ ମସିହାରେ ହାଇଦ୍ରାବାଦ ର ‘ବଂଜାରା ହିଲ୍ସ’ ରେ ଚାଲୁଥିବା ସେକ୍ସ ରାକେଟରେ ଶ୍ଵେତା ବସୁ ପ୍ରସାଦଙ୍କ ନାମ ଆସିଥିଲା


Share It

Comments are closed.