ଦେଶରେ ୫୭୩୪କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୬୬ରୁ ବୃଦ୍ଧି


କରୋନା ସଂକ୍ରମଣ ଓ କରୋନା ଜନିତ ମୃତ୍ୟୁ ବିଶ୍ୱରେ ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି । ଭାରତରେ ମୋଟ୍ ୫୭୩୪ କରୋନା ରୋଗୀ ଠାବ ହୋଇଛନ୍ତି । ବର୍ତମାନ ସୁଦ୍ଧା ୫ ହଜାର ୯୫ଜଣ ଆକ୍ଟିଭ୍ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୬ କୁ ଛୁଇଁଛି । ଗତ ୨୪ ଘଂଟାରେ ୫୪୦ ନୂଆ ମାମଲା ଠାବ ହୋଇଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଭାରତରେ ସଂକ୍ରମିତ ରାଜ୍ୟ ତାଲିକାର ମହାରାଷ୍ଟ୍ର ଶୀର୍ଷରେ ରହିଛି  ।

ମହାରାଷ୍ଟ୍ରରେ ୧୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୧୭ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ସେହିପରି ତାମିଲନାଡୁରେ ୭୩୮ ସଂକ୍ରମିତ ଚିହ୍ନଟ, ୨୧ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଓଡିଶାରେ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ଓଡିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।


Share It

Comments are closed.