ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଲେ ମୁକେଶ ଅମ୍ବାନୀ


ଫୋର୍ବସ ପକ୍ଷରୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରାଯାଇଛି । ୧୧୩ ଆରବ ଡଲାର ସହିତ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଆମାଜନ ଫାଉଣ୍ଡର ଜେଫ ବେଜୋସ ଧନୀ ବ୍ୟକ୍ତିଙ୍କ ତାଲିକାରେ ସର୍ବପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମାଇକ୍ରୋସଫ୍ଟର ଫାଉଣ୍ଡର ବିଲ ଗେଟ୍ସ । ସେହିଭଳି ଏଲଭିଏମଏଚର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବରନାର୍ଡ ଆରନଲ୍ଟ, ୱାରେନ ବୁଫେଟଙ୍କୁ ପଛରେ ପକାଇ ତୃତୀୟତମ ସ୍ଥାନ ହାସଲ କରିଛନ୍ତି ।
ରିଲାଏନ୍ସ ଇଣ୍ଡସଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତ ସମେତ ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ସର୍ବପ୍ରଥମ ସ୍ଥାନ ହାସଲ କରିଛନ୍ତି । ସାରା ବିଶ୍ୱରେ ସେ ୧୭ତମ ସ୍ଥାନରେ ରହିଛନ୍ତି । ତାଙ୍କର ନେଟୱର୍ଥ ୪୪.୩ ଆରବ ଡଲାର (ପାଖାପାଖି ୩ଲକ୍ଷ ୧୨ ହଜାର କୋଟି) ରହିଛି । ମୁକେଶ ଅମ୍ବାନୀଙ୍କ କମ୍ପାନୀ ଆରଆଇଏଲ ଭାରତ ସବୁଠାରୁ ମୂଲ୍ୟବାନ କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ।
ମୁକେଶ, ଚୀନର ବିଶିଷ୍ଟ ଉଦ୍ୟୋଗପତି ଅଲିବାବାର ଫାଉଣ୍ଡର ଜ୍ୟାକ ମା’ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଜ୍ୟାଙ୍କ ସମ୍ପତି ୪୦.୭ ଆରବ ଡଲାର ଅଟେ ।


Share It

Comments are closed.