କରୋନା ଲଡ଼ୁ ଓ ହେଲମେଟ ପରେ ଏବେ ଚର୍ଚ୍ଚା ସାଉଁଟୁଛି କରୋନା କାର


କଣ ଛୋଟ କଣ ବୃଦ୍ଧ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ‘କରୋନା’ । ଏହା ଏବେ ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଛି । କିନ୍ତୁ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ପାଇଁ ଭିନ୍ନ ଭିନ୍ନ ଅଭିନବ ପ୍ରୟାସ ଦେଖିବାକୁ ମିଳୁଛି । କେତେବେଳେ କରୋନା ଲଡ଼ୁ ତ କେତେବେଳେ କରୋନା ହେଲମେଟ । ଆଉ ଏବେ ଏକ ନୂଆ ପ୍ରୟାସ ନଜରକୁ ଆସିଛି ।
ତେଣୁ ଏଭଳି ଏକ ପ୍ରୟାସ ପରିପ୍ରେକ୍ଷୀରେ କରୋନା କାର ଏବେ ହାଇଦ୍ରାବାଦର ସଡ଼କରେ ବୁଲୁଥିବାର ଦେଖାଯାଉଛି । ଏହି ଭୟଙ୍କର ଭାଇରସ ବିରୋଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ହାଇଦ୍ରାବାଦର ନିବାସୀ କେ ସୁଧାକର ଏହି କରୋନା କାର୍‌ର ନର୍ମାଣ କରିଛନ୍ତି । ସୁଧାକର ବୁଧବାର ଦିନ ଏହି ନୂଆ କାରର ଶୁଭାରମ୍ଭ କରିଛନ୍ତି । ଏହି କାର୍‌ରେ କେବଳ ଜଣେ ବସିପାରିବେ । ଏଥିରେ ୧୦୦ ସିସିର ଇଞ୍ଜନ ଲାଗିଛି । କାର୍‌ଟିରେ ଛଅଟି ଚକା ଏବଂ ଗୋଟିଏ ଫାଇବର ବଡ଼ି ରହିଛି । ଏହା ପାଖାପାଖି ୪୦କି.ମି ପ୍ରତି ଘ ଂଟା ବେଗରେ ଗତି କରିପାରେ ।
ସୁଧାକର ଜଣାଇଛନ୍ତି ଯେ ଏହି କାର ପ୍ରସ୍ତୁତ କରିବାକୁ ତାଙ୍କୁ ୧୦ ଦିନ ଲାଗିଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ , “ଆଶା କରୁଛି ଯେ ମୁଁ ଏହାଦ୍ୱାରା ସଚେତନତା ବଢ଼ାଇପାରିବି । ଏହା ସହ ଲୋକମାନଙ୍କୁ ଘରେ ରହିବା ପାଇଁ ବୁଝାଇ ପାରିବି । ତେଣୁ ସେ ଏହି କାରକୁ ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି ।

ଏହା ପୂର୍ବରୁ ସୁଧାକର ନିଜର ଅନେକ ବିଚିତ୍ର ବାହାନ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଦୁନିଆର ସବୁଠାରୁ ବଡ଼ ଟ୍ରାଇସାଇକେଲ ଡିଜାଇନ କରିବାର ଗିନିଜ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଏହା ବ୍ୟତୀତ କେ ସୁଧାକର ହାଇଦ୍ରାବଦରେ ଏକ ବିଚିତ୍ର ସଂଗହାଳୟ ଚଲାନ୍ତି ଯାହାର ନାମ ହେଉଛି ସୁଧା କାର । ସେ ସୁଧା କାର ମ୍ୟୁଜିୟମର ମାଲିକ ମଧ୍ୟ ଅଟନ୍ତି ।


Share It

Comments are closed.