ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ


ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ସମୟରେ ସେ ବିଜେଡିରେ ରହି ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନିଲମ୍ବିତ ହେବାର ମାତ୍ର ତିନି ମାସ ମଧ୍ୟରେ ସେ ଆଜି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସୂଚନା ଥାଉକି ବାଲେଶ୍ୱର ସଦରରେ ବିଜେପି ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଦାସ ବିଜେଡି ତରଫରୁ ଟିକେଟ୍ ନେବାକୁ ଲବିରେ ଥିଲେ । ହେଲେ ଶେଷ ମୂୁହୂତ୍ତ୍ୱରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାକୁ ନେଇ ସେ ନିର୍ବାଚନ ବେଳେ ଦଳ ବିରୋଧରେ ମନ୍ତ୍ରଣା କରିବା ସହ ଦଳୀୟ କର୍ମୀ ଓ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । ଏନେଇ ଏକ ଫୋନକଲ ରେକର୍ଡ ଭାଇରାଲ ହେବା ପରେ ଦଳର ସୁପ୍ରିମୋ ତାଙ୍କୂୁ ଦଳରୁ ନିଲମ୍ବିତ କରିଥିଲେ ।


Share It

Comments are closed.