କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ତିନି ଜଣ ବିଧାୟକଙ୍କୁ ମିଳିଲା ମନ୍ତ୍ରୀପଦ


କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କୁ ମଧ୍ୟରୁ ଆଜି ତିନି ଜଣଙ୍କୁ ଗୋଆ ସରକାରର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ଉକ୍ତ ତିନି ବଧାୟକ ଆଜି ମନ୍ତ୍ରୀପଦ ପାଇଁ ଶପଥ ନେଇଥିବାବେଳେ ସେମାନେ ହେଲେ ଚନ୍ଦ୍ରକାନ୍ତ କ୍ୱେଲାକାର, ଜେଲିଫର ମୋନସେରାଟେ ଏବଂ ପୂର୍ବତ୍ତନ କଂଗ୍ରେସ ନେତା ଫିଲିପ ନେରି । ଏହା ସହ ବିଧାନସଭାର ପୂର୍ବତ୍ତନ ସ୍ପକର ମିସାଲ ଲୋବ ମଧ୍ୟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ।
ପ୍ରକାଶ ଥାଉକି, ଗୋଆର ମୁଖ୍ୟମନ୍ତ୍ରୀ ପ୍ରସାଦ ଶାଓନ୍ତ ନିଜ ମନ୍ତ୍ରୀମଣ୍ଡଳରେ ଥିବା ଚାରି ଜଣ ଦଳୀୟ ନେତାଙ୍କୁ କ୍ୟାବିନେଟ ପାହ୍ୟରୁ ବାହାର କରି ଏହି ପୂର୍ବତ୍ତନ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବଦଳରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ବିଧାନସଭାରେ ପୂର୍ବତ୍ତନ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ବୋଲାଉଥିବା ଚନ୍ଦ୍ରକାନ୍ତ କ୍ୱେଲାକାରଙ୍କୁ ସୂଚନା ମୁତାବକ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବାକୁ ଥିବାବେଳେ ଟାଉନ ପ୍ଲାନିଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ମିଳିପାରେ ।


Share It

Comments are closed.