ୱାଲ୍‌ମାର୍ଟ ଫାଉଣ୍ଡେସନ ପକ୍ଷରୁ ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା


ଭୁବନେଶ୍ୱର: ଭାରତକୁ ମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ର ଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇ ୱାଲ୍‌ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟି ନୂତନ ଅନୁଦାନର ଘୋଷଣା କରାଯାଇଛି । ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର ୨୦୧୮ରେ ଭାରତରେ ଚାଷୀମାନଙ୍କର ଜୀବିକାରେ ଉନ୍ନତି ଆଣିବା ପାଇଁ ୫ ବର୍ଷ ମଧ୍ୟରେ ୨୫ ମିଲିୟନ ଡଲାର (ହାରାହାରି ୧୮୦ କୋଟି ଟଙ୍କା) ନିବେଶ କରିବା ନେଇ ଗ୍ରହଣ କରାଯାଇଥିବା ଏକ ପ୍ରତିଶ୍ରୁତିର ଅଂଶ ଅଟେ । ୪.୫ ମିଲିୟନ ଡଲାର ମୂଲ୍ୟର ଏହି ନୂତନ ଫଣ୍ଡିଙ୍ଗ୍ ଅଣ-ଲାଭକାରୀ ଟ୍ୟାନେଜର ଆଣ୍ଡ ପ୍ରଦାନକୁ, ଚାଷୀମାନଙ୍କୁ ଉନ୍ନତ ଫଳାଫଳ ଓ ନ୍ୟାୟଯୁକ୍ତ ବଜାର ପହଂଚରୁ ଅଧିକ ରୋଜଗାର ହାସଲ କରିବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କର ପ୍ରୟାସଗୁଡିକୁ ବଢାଇବାକୁ ସକ୍ଷମ କରିବ । ଉଭୟ ଅନୁଦାନ, ଚାଷୀ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ଗୁଡିକ ମାଧ୍ୟମରେ ମହିଳା ଚାଷୀମାନଙ୍କ ପାଇଁ ସୁଯୋଗ ବଢାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଏହି ଦୁଇଟି ନୂତନ ଅନୁଦାନ ସହିତ ୱାଲ୍‌ମାର୍ଟ ଫାଉଣ୍ଡେସନ ଭାରତରେ ୮ଟି ବେସରକାରୀ ସଂଗଠନ (ଏନ୍‌ଜିଓ) ମାଧ୍ୟମରେ ମୋଟ ୧୫ ମିଲିୟନ ଡଲାର ନିବେଶ କରିବା ସହିତ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୦,୦୦୦ ମହିଳା ଚାଷୀଙ୍କ ସମେତ ୧୪୦,୦୦୦ରୁ ଅଧିକ ଚାଷୀଙ୍କୁ ପ୍ରଭାବିତ କରିବା ଲାଗି ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମଗୁଡିକୁ ସମର୍ଥନ କରିଆସୁଛି ।
ଏହି ଅନୁଦାନ ମାଧ୍ୟମରେ ୱାଲ୍‌ମାର୍ଟ ଫାଉଣ୍ଡେସନ ପ୍ରତିଷ୍ଠିତ ଏନ୍‌ଜିଓଗୁଡିକ ସହିତ ମିଶି କାର୍ଯ୍ୟ କରୁଛି ଯେଉଁମାନେ କି ଏଫ୍‌ପିଓଗୁଡିକୁ ସେମାନଙ୍କର କ୍ଷମତା ଓ ମାପକ୍ରମକୁ ଅଧିକ ସଦସ୍ୟଙ୍କ ପାଇଁ ବିକାଶ କରିବା ଲାଗି ସମର୍ଥନ କରିଥାନ୍ତି । ଏହାର ସାମଗ୍ରିକ ଲକ୍ଷ୍ୟ ହେଉଛି, ସ୍ଥାୟୀ ଚାଷ ଅଭ୍ୟାସ ଜ୍ଞାନର ବିକଶିତ କରିବା, ବ୍ୟବସାୟର ସର୍ବୋତମ ଅଭ୍ୟାସଗୁଡିକୁ ସେୟାର କରିବା, ପ୍ରାଥମିକ କୃଷିଜାତ ଦ୍ରବ୍ୟକୁ ଅଧିକ ମୂଲ୍ୟବାନ କରିବା ଏବଂ ଅର୍ଥ ଓ ବଜାର ପହଂଚକୁ ଉନ୍ନତ କରିବା ପାଇଁ ଏଫ୍‌ପିଓଗୁଡିକୁ ସାହାଯ୍ୟ କରିବା ।
କ୍ୟାଥ୍‌ଲିନ୍ ମ୍ୟାକ୍‌ଲାଫ୍‌ଲିନ୍‌, ପ୍ରେସିଡେଂଟ୍ ଅଫ୍ ୱାଲ୍‌ମାର୍ଟ ଫାଉଣ୍ଡେସନ ଆଣ୍ଡ ଏକ୍‌ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ୍ ଆଣ୍ଡ ଚିଫ୍ ସଷ୍ଟେନେବିଲିଟି ଅଫିସର ଅଫ୍ ୱାଲ୍‌ମାର୍ଟ ଆଇଏନ୍‌ସି କହିଛନ୍ତି ଯେ, “ୱାଲ୍‌ମାର୍ଟ ଫାଉଣ୍ଡେସନରେ ଆମେ ଓ ଆମର ଗ୍ୟାରେଂଟି ସହଯୋଗୀମାନେ ଏକ ଉନ୍ନତ ଭବିଷ୍ୟତ ପାଇଁ ସ୍ଥିରତା ଓ ସ୍ଥାୟିତ୍ୱ ବୃଦ୍ଧି ଲାଗି ଚାଷୀମାନଙ୍କୁ ସମର୍ଥନ କରିବା ଉପରେ ଅଧିକ ଧ୍ୟାନ ଦେଉଛୁ ।” ସେହିଭଳି କଲ୍ୟାଣ କ୍ରିଷ୍ଣମୂର୍ତି, ଫ୍ଲିପ୍‌କାର୍ଟ ଗ୍ରୁପ୍ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ଆଣ୍ଡ ଏ ମେମ୍ବର ଅଫ୍ ଦ ୱାଲ୍‌ମାର୍ଟ ଫାଉଣ୍ଡେସନ ବୋର୍ଡ ଅଫ୍ ଡାଇରେକ୍ଟର୍ସ, କହିଛନ୍ତି ଯେ, “ଚାଷୀମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ଡିଜିଟାଲ ଯୁଗରେ ସାମିଲ କରିବା ପାଇଁ ଏଫ୍‌ପିଓଗୁଡିକ ହେଉଛନ୍ତି ଫାଉଣ୍ଡେସନର ରଣନୀତିର ପ୍ରମୁଖ ଅଂଶ ଅଟନ୍ତି । “ୱାଲ୍‌ମାର୍ଟ ଫାଉଣ୍ଡେସନ ତରଫରୁ ଅନୁଦାନ ଫଣ୍ଡିଙ୍ଗ୍ ସହାୟତା ସହିତ ଟ୍ୟାନେଜର୍ ଏହି କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ଚାଷୀମାନଙ୍କ ପାଇଁ ବଜାର ପହଂଚକୁ ଉନ୍ନତ କରିବା ଜାରି ରଖିବ ଏବଂ ଏଥିସହିତ ନୂତନ ଫସଲ ଓ ଆୟର ଉତ୍ସକୁ ବିସ୍ତାର କରିବା ସହିତ କୋଭିଡ୍‌-୧୯ ସମୟରେ ଚାଷୀ ପରିବାରଗୁଡିକୁ ସହାୟତା ପ୍ରଦାନ କରିବ ।”, ବୋଲି ଅମିତ କୁମାର ସିଂହ, ଟ୍ୟାନେଜର୍ ଟିମ୍ ଲିଡ୍‌, ଇଣ୍ଡିଆ ଏହା କହିଛନ୍ତି ।” “ୱାଲ୍‌ମାର୍ଟ ଫାଉଣ୍ଡେସନ ଓ ପ୍ରଦାନ ଅବହେଳିତ ଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ସ୍ଥାୟୀ ସମୁଦାୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।”, ବୋଲି ନରେନ୍ଦ୍ରନାଥ ଦାମୋଦରନ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର, ପ୍ରଦାନ ଏହା କହିଛନ୍ତି ।


Share It

Comments are closed.