ଗ୍ରାମୀଣ ଓ ଟାଉନ୍‌ସିପ୍ ସଂସ୍ଥା ସୃଷ୍ଟି କରିବାକୁ ହାତ ମିଳାଇଲେ ଜିଆଇଜେଡ୍ ଇଣ୍ଡିଆ ଓ ଧ୍ରିତି


ଭୁବନେଶ୍ୱର: ଦେଶର ପାଂଚଟି ରାଜ୍ୟ ଓଡ଼ିଶା, ଆସାମ, ମଣିପୁର, ନାଗାଲ୍ୟାଣ୍ଡ୍ ଓ ଝାଡ଼ଖଣ୍ଡରେ ଗ୍ରାମୀଣ ଉଦ୍ୟୋଗୀ ଓ ଟାଉନ୍‌ସିପ୍ ସଂସ୍ଥା ସ୍ଥାପନ କରିବାରେ ସହାୟତା ପ୍ରଦାନ କରିବା ଲାଗି ଜର୍ମାନିର ସରକାରୀ ସଂସ୍ଥା ଜିଆଇଜେଡ୍‌ର ଭାରତୀୟ ଶାଖା ଜିଆଇଜେଡ୍ ଇଣ୍ଡିଆ ପକ୍ଷରୁ ଧ୍ରିତି-ଦି କରେଜ୍ ୱିଦିନ୍ ସହ ସହଯୋଗିତା ସ୍ଥାପନ କରାଯାଇଛି । ଦୁଇ ସଂସ୍ଥା ମିଶି ଗ୍ରାମୀଣ ଭାରତରେ ଉଦ୍ୟୋଗ ଓ ଟାଉନସିପ୍ ସଂସ୍ଥାର ପ୍ରସାର ଦିଗରେ କାମ କରିବେ ।
ଏଥିପାଇଁ ସିଡିଂ ଗ୍ରାମ୍‌ପ୍ରେନ୍ୟୁଅର୍ସ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ପାଂଚଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଗ୍ରାମ୍‌ପ୍ରେନ୍ୟୁର୍ସ ସିଡର୍ସ ଫେଲୋସିପ୍ ୨୦୨୦ ପ୍ରଦାନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରାଜ୍ୟଗୁଡ଼ିକରେ ୫୦ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫେଲୋସିପ୍ ପାଇଁ ଚୟନ କରାଯିବ ଓ ତାଙ୍କୁ ପ୍ରଶିକ୍ଷଣ ଓ ବ୍ୟବସାୟ ସହାୟତା ସହାୟତା ଦିଆଯିବ । ଗ୍ରାମାଚଂଳରେ ଥିବା ୩୦୦ ମହିଳା ଏସ୍‌ଏଚ୍‌ଜିର ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ସହାୟତା ଦିଆଯିବ । ଏହି ଅଭିଯାନ ଜରିଆରେ କରୋନା ମହାମାରୀ ଯୋଗୁଁ ପ୍ରବାସୀ ଶ୍ରମିକଙ୍କୁ ନେଇ ଦେଖାଦେଇଥିବା ସଙ୍କଟର ସମାଧାନ କରିବାକୁ ଉଦ୍ୟମ କରାଯିବ । ଏହା ପ୍ରବାସୀ ଶ୍ରମିକଙ୍କୁ ଉଦ୍ୟୋଗୀ ହେବାର ସୁଯୋଗ ଦେବା ସହ ବେକାରି ସମସ୍ୟାର ମଧ୍ୟ ସମାଧାନ କରିବ ।
ଜିଆଇଜେଡ୍ ଇଣ୍ଡିଆର ପ୍ରକଳ୍ପ ମୁଖ୍ୟ ଜୁଲିଆ କାରଷ୍ଟ୍ କହିଛନ୍ତି ଯେ, “ ପ୍ରୋଜେକ୍ଟ ହର୍ ଆଣ୍ଡ୍ ଆମ୍ପ୍ ଏବେ ଗ୍ରାମ୍ରାଂଚଳରେ ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ । ସ୍ଥାନୀୟ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।’’
ଧ୍ରିତିର ସହ ପ୍ରତିଷ୍ଠାତା ଅନିର୍ବାନ ଗୁପ୍ତା କହିଛନ୍ତି ଯେ, “ସିଡର୍ସ ଫେଲୋସିପ୍ ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯେଉଁଥିରେ ଗ୍ରାମୀଣ ପୋସାଦାରମାନଙ୍କୁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଉଦ୍ୟୋଗୀ ହେବା ଓ ଗ୍ରାମୀଣ ଏବଂ ଟାଉନସିପ୍ ସଂସ୍ଥା ସ୍ଥାପନ କରିବା ଲାଗି ସହାୟତା ପ୍ରଦାନ କରାଯିବ । ଏହି ଅଭିଯାନ ଜରିଆରେ ଓଡ଼ିଶା, ଆସାମ, ଝାଡ଼ଖଣ୍ଡ, ମଣିପୁର ଓ ନାଗାଲ୍ୟାଣ୍ଡ୍‌ର ୩୦୦ ମହିଳା ଉଦ୍ୟୋଗୀଙ୍କୁ ସହାୟତା ଦିଆଯିବ ।’’


Share It

Comments are closed.