ଓପିଜିସିର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ – ଫର୍‌ୱାର୍ଡ ବ୍ଲକ୍‌


ଭୁବନେଶ୍ୱର : ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍ (ଓପିଜିସି)ରେ AES କମ୍ପାନୀର ୪୯ ପ୍ରତିଶତ ଅଂଶଧନ ରହିଥିଲା । ଯାହାଫଳରେ AES କମ୍ପାନୀ ବିଭିନ୍ନ ସମୟରେ ଗ୍ରୀଡ୍‌କୋ ସହଯୋଗରେ ଅଧିକ ଦରରେ ବିଦ୍ୟୁତ୍ ବିକ୍ରୀ କରୁଥିବା ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ଅଧିକ ଆର୍ଥିକ ବୋଝର ସମ୍ମୁଖୀନ ହେବାକୁ ପଡୁଥିଲା । ସଂପ୍ରତି ଇଋଝ କମ୍ପାନୀ ଆଦାନୀ ଗ୍ରୁପକୁ ଏହାର ଓପିଜିସିରେ ଥିବା ଅଂଶଧନ ୧୦୧୯ କୋଟି ଟଙ୍କାରେ ବିକ୍ରୀ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲା । ଫଳରେ ଆଗାମୀ ଦିନରେ ରାଜ୍ୟବାସୀ ଘରୋଇ କଂପାନୀ ଦ୍ୱାରା ଅଧିକ ଆର୍ôଥକ ଶୋଷଣର ଶିକାର ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଏଭଳି ସମୟରେ ରାଜ୍ୟ ସରକାର ଓପିଜିସିରେ ଥିବା AES କମ୍ପାନୀର ୪୯ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କ୍ରୟ କରିବା ପାଇଁ ନିଷ୍ପତି ଗ୍ରହଣ କରି, ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ AES କମ୍ପାନୀ କର୍ତୃପକ୍ଷଙ୍କୁ ଅବଗତ କରିଛନ୍ତି । ଯାହା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌, ଓଡିଶା ରାଜ୍ୟ କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଏହାଫଳରେ ଓପିଜିସି ଏକ ପୂର୍ଣ୍ଣାଙ୍ଗ ସରକାରୀ ଉଦ୍ୟୋଗ ଭାବରେ କାର୍ଯ୍ୟ କରିବ । ଫଳରେ ଓପିଜିସି ଅଧିନରେ ଥିବା ନିଜସ୍ୱ କୋଇଲା ଖଣି ଓ ଅନ୍ୟାନ୍ୟ ଭିତିଭୂମିର ସଫଳ ବିନିଯୋଗ କରାଯାଇ ରାଜ୍ୟରେ ବିଦ୍ୟୁତ କ୍ଷେତ୍ରର ଅଧିକ ବିକାଶ କରାଯାଇପାରିବା ସହିତ ରାଜ୍ୟବାସୀଙ୍କ ଉପରେ ପଡୁଥିବା ଅଧିକ ବିଦ୍ୟୁତ୍ ଶୁଳ୍କକୁ ହ୍ରାସ କରାଯାଇପାରିବ ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫର୍‌ୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି ।


Share It

Comments are closed.