ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣ ଅବଧି ସେପ୍ଟେମ୍ବର ୭କୁ ବୃଦ୍ଧି


ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି । ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ନାମ ପଂଜୀକରଣ ସମୟସୀମା ବୃଦ୍ଧି କରାଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଯେଉଁ ଚାଷୀମାନେ ବନ୍ୟା ଏବଂ କୋଭିଡ-୧୯ ସ୍ଥିତି ଯୋଗୁଁ ସେମାନଙ୍କ ନାମ ପଂଜୀକରଣ କରିପାରି ନାହାନ୍ତି, ସେମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ନାମ ପଂଜୀକରଣ କରିନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଖରିଫ ଧାନ ସଂଗ୍ରହ ନିମନ୍ତେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୪୪ ହଜାର ଚାଷୀ ସେମାନଙ୍କର ନାମ ପଂଜୀକରଣ କରି ସାରିଛନ୍ତି । ରାଜ୍ୟର ମୋଟ ୨୮୫୨ଟି ପ୍ରାଥମିକ କୃଷି ସମବାୟ ସମିତିରେ ନାମ ପଂଜୀକରଣ କାର୍ଯ୍ୟ କରାଯାଉଛି । କୋଭିଡ-୧୯ ସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ପାଳନ କରାଯାଇ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟ କରାଯାଉଛି ।


Share It

Comments are closed.