୩ଥର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ ପ୍ରଣବ ମୁଖାର୍ଜୀ


ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ୩୧ ଅଗଷ୍ଟ ଅର୍ଥାତ୍ ଆଜି ସୋମବାର ଦିନ ଦେହାନ୍ତ ହୋଇଛି । ପୂର୍ବତନ ରାଷ୍ଟ୍ରପତି ଓ ଭାରତ ରତ୍ନ ଡଃ ପ୍ରଣବ ମୁଖାର୍ଜୀଙ୍କର ସ୍ୱାସ୍ଥ୍ୟ ଗତ କିଛି ଦିନ ହେଲା ଗୁରୁତର ହୋଇଥିଲା । ଯେଉଁଥି ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ପ୍ରଣବ ମୁଖାର୍ଜୀଙ୍କର ରାଜନୈତିକ ଯାତ୍ରାରେ ୩ଥର ଏମିତି ସୁଯୋଗ ଆସିଥିଲା , ଯେବେ ସମସ୍ତଙ୍କ ଲାଗୁଥିଲା କି ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ , କିନ୍ତୁ କିଛି କାରଣରୁ ପ୍ରଣବ ମୁଖାର୍ଜୀ ପିଏମ୍ ଚୌକିରେ ବସିବାରେ ଅସଫଳ ହୋଇଥିଲେ । ପ୍ରଣବ ମୁଖାର୍ଜୀଙ୍କ ପାଇଁ ୩ବର୍ଷ ପୂର୍ବେ ମନମୋହନ ସିଂହ କହିଥିଲେ – ଯେବେ ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲି , ସେତେବେଳେ ପ୍ରଣବ ମୁଖାର୍ଜୀ ଏହି ପଦ ପାଇଁ ଅଧିକ ଉପଯୁକ୍ତ ଥିଲେ , କିନ୍ତୁ ମୁଁ କଣ କରିପାରିବି ? କଂଗ୍ରେସ ପ୍ରେସିଡେଣ୍ଟ ସୋନିଆ ଗାନ୍ଧୀ ମୋତେ ବାଛି ଥିଲେ ।

ପ୍ରଥମ ଥର ଇନ୍ଦିରା ଗାନ୍ଧୀଙ୍କର ମୃତ୍ୟୁ ପରେ ତାଙ୍କର ଅତି ନିକଟତର ଥିବା ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ । ଇନ୍ଦିରାଙ୍କ ଅନୁରୋଧରେ ପ୍ରଣବ ମୁଖାର୍ଜୀ ୧୯୬୯ରେ ପ୍ରଥମ ଥର ରାଜ୍ୟସଭା ଦେଇ ସଂସଦରେ ପହଞ୍ଚିଥିଲେ । ଇନ୍ଦିରା ଗାନ୍ଧୀ ରାଜନୈତିକ ମାମଲାରେ ପ୍ରଣବ ମୁଖାର୍ଜୀଙ୍କ ମତକୁ ଲୌହ ପରି ଦୃଢ଼ ଭାବେ ମାନୁଥିଲେ ।

ଏହାପରେ ଦ୍ୱିତୀୟ ଥର ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହାତ ଛଡ଼ା କରିଥିଲେ । ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ସେତେବେଳେ ନିର୍ବାଚନ ପରେ କଂଗ୍ରେସ ଶାସନକୁ ଫେରିଥିଲା । ସେତେବେଳେ ମଧ୍ୟ ସମସ୍ତେ ଭାବିଥିଲେ ପ୍ରଣବଙ୍କ ବ୍ୟତୀତ ଦ୍ୱିତୀୟ କେହି ପ୍ରଧାନମନ୍ତ୍ରୀ ପଦରେ ରହିବେ ନାହିଁ । କିନ୍ତୁ ଏହି ଥର ମଧ୍ୟ ସେ ଏହି ପଦ ପାଇଁ ସୁଯୋଗ ହରାଇ ଥିଲେ । ଏହିଥର ପି. ଭି ନରସିଂହ ରାଓଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା ।

୩ୟ ଥର ସୋନିଆ ଗାନ୍ଧୀ ପ୍ରଣବ ମୁଖାର୍ଜୀଙ୍କ ବଦଳରେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।


Share It

Comments are closed.