ଦିଲ୍ଲୀ ତବଲିଗି ଜମାତରେ ଯୋଗଦାନକରୀଙ୍କ ମଧ୍ୟରୁ କରୋନାରେ ୬ ଜଣଙ୍କର ମୃତ୍ୟୁ , ୨୪ ଜଣ କରୋନା ପଜିଟିଭ


ଦେଶବ୍ୟପୀ ଲକ୍‌ଡାଉନ ଆଜି ସପ୍ତମ ଦିନରେ ପହଞ୍ଚିଛି ଏବଂ ଦିଲ୍ଲୀ ଏନନସିଆରରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁଛି । ନିଜ୍ଜାମୁଦିନ ସ୍ଥିତ ମରକଜ ଭବନରେ ଜମା ହୋଇଥିବା ଲୋକଙ୍କର କରୋନା ପଜିଟିଭ ବାହାରିବା ପୁରା ଦେଶରେ ହଙ୍ଗାମା ସୃ୍‌ଷ୍ଟି କରିଦେଇଛି । କାରଣ ଏଠାରେ ହୋଇଥିବା ତବ୍‌ଲିଗି ଜମାତରେ ଯୋଗଦେଇଥିବା ଲୋକମାନେ ପୁରାଦେଶରେ ଖେଳି ଯାଇଛନ୍ତି । ଦେଶର ଅନେକ ରାଜ୍ୟ ଏହି ଲୋକଙ୍କର ଚିହ୍ନଟ କରିବାରେ ଲାଗି ପଡ଼ିଛି । ଏହି ସଂଙ୍କଟ ଏଥିପାଇଁ ବଢ଼ିଯାଇଛି କାରଣ ଏଠାରୁ ତେଲେଙ୍ଗାନା ଯାଇଥିବା ୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଶ୍ଚିତ କରିଛନ୍ତି ଯେ ମରକଜ ଭବନରୁ ବାହାର କରାଯାଇଥିବା ୨୪ ଜଣ କରୋନା ପଜିଟିଭ ବାହାରିଛନ୍ତି । ଦିଲ୍ଲୀର ନିଜ୍ଜାମୁଦିନ ମରକଜ ଭବନରୁ ସାମ୍ନାକୁ ଅସିଥିବା କରୋନା ପଜିଟିଭ କେସ ଦିଲ୍ଲୀ ସରକାରଙ୍କର ନିଦ ଉଡ଼େଇଦେଇଛି । ଏହି ସମୟରେ ଏହି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି ।
ଏହା ଉପରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ସୂଚନା ଦେଇଛନ୍ତି ଯେ ମରକଜ ବିଲ୍ଡିଙ୍ଗରୁ ବାହାର କରାଯାଇଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ ପଜିଟିଭ ବାହାରିଛନ୍ତି । ସେ କହିଛନ୍ତି ଏଠାରେ ସମୁଦାୟ କେତେ ଲୋକ ଯୋଗ ଦେଇଥିଲେ ଜଣା ନାହିଁ । ଏହା ଅନୁମାନ ଯେ ଏଠାରେ ୧୫୦୦ ରୁ ୧୭୦୦ ଲୋକ ଥିଲେ । ଏପର୍ଯ୍ୟନ୍ତ ୧୦୩୩ ଲୋକଙ୍କୁ ଏଠାରୁ ବାହାରା କରାଗଲାଣି । ୩୩୪ ଲୋକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଗଲାଣି ଏବଂ ୭୦୦ଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସହାୟତାରେ ୮୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିଜ୍ଜାମୁଦିନ୍‌ର ମରକଜ ବିଲ୍ଡିଙ୍ଗରୁ ସହରର ଅନେକ ଡାକ୍ତରଖାନାରେ ଲୋକଙ୍କୁ ଭର୍ତ୍ତୀ କରାଗଲାଣି । ଏବେ ପାଖାପାଖି ୩୦୦ ଲୋକଙ୍କୁ ବାହାର କରିବା ବାକି ରହିଛି ।


Share It

Comments are closed.