ପଞ୍ଚମ ଥରରେ ମଧ୍ୟ କୋନିକାଙ୍କ ରକ୍ତ ନମୁନା ଆସିଲା ପଜିଟିଭ


କରୋନା ଭାଇରସ ସଂକ୍ରମଣରେ ବଲିଉଡର ଲୋକପ୍ରିୟା ଗାୟିକା କୋନିକା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପୂର୍ବରୁ ତାଙ୍କର ଗତ ଚାରୋଟି ସ୍ୱାବ ନମୁନା ପଜିଟିଭ ଆସିଥିଲା । ତେବେ କୋନିକାଙ୍କର ପଞ୍ଚମ ଥର ପାଇଁ ସଂଗ୍ରହ କରାଯାଇଥିବା ସ୍ୱାବ ନମୁନା ପୁଣିଥରେ ପଜିଟିଭ ଆସିଥିବାର ସୂଚନା ମିଳିଛି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସଂପର୍କୀୟ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ଥିବାବେଳେ ଏଥିପାଇଁ କୌଣସି ଭୟ କରିବାର ନାହିଁ ବୋଲି ହସ୍ପିଟାଲ କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି, କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ଠାରୁ ପ୍ରତ୍ୟେକ ୪୮ ଘଣ୍ଟାରେ ସ୍ୱାବ ନମୁନା ପରୀକ୍ଷା କରାଯାଉଥିବାବେଳେ ଏଥିମଧ୍ୟରେ ପୁଣିଥରେ କୋନିକାଙ୍କ କୋଭିଡ-୧୯ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ରକ୍ତ ନମୁନା ପଜିଟିଭ ଆସିଛି । କୋନିକା ଚିକିତ୍ସା ବର୍ତ୍ତମାନ ଲକ୍ଷୌ୍ନସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ହେଉଥିବାବେଳେ ଏହି ସଂପର୍କରେ ମତ ରଖି ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଆରକେ ଧୀମାନ କହିଛନ୍ତି ଯେ, କୋନିକାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ସେଥିପାଇଁ ଚିନ୍ତା ପ୍ରକଟ କରିବାର କୌଣସି ଆବଶ୍ୟକତା ନାହିଁ ।


Share It

Comments are closed.