ମାତୃଭାଷାରେ ନେତାଜୀଙ୍କ ଅଗାଧ ଜ୍ଞାନ ହାସଲ କରିବା ପଛରେ କ’ଣ ରହିଥିଲା ରହସ୍ୟ, ଜାଣନ୍ତୁ


ବହୁତ ପୁରୁଣା କଥାଟିଏ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍କୁଲରେ ଥିଲେ । ସେ ଛୋଟ ବେଳୁ ଖୁବ ଚତୁର ଥିଲେ । ନେତାଜୀ ଜଣେ ମେଧାବୀ ଛାତ୍ର ଥିବାବେଳେ ସମସ୍ତ ବିଷୟରେ ସେ ଖୁବ ଭଲ ଅଙ୍କ ହାସଲ କରୁଥିବାବେଳେ କିନ୍ତୁ ବଙ୍ଗଳାରେ ସେ ଖୁବ ଦୁର୍ବଳ ଥିଲେ ।
ଏକଦା ଥରେ ଅଧ୍ୟାପକ ସମସ୍ତ ଛାତ୍ରଙ୍କୁ ବଙ୍ଗଳାରେ ରଚନା ଲେଖିବା ପାଇଁ କହିଥିଲେ । ଏହା ପରେ ସମସ୍ତ ଛାତ୍ର ବଙ୍ଗଳାରେ ରଚନା ଲେଖିଥିବାବେଳେ ଅନ୍ୟମାନଙ୍କ ଠାରୁ ସୁଭାଷ ବୋଷଙ୍କ ରଚନାରେ ଅଧଟକ ଭୁଲ ବାହାରିଥିଲା । ଏହାକୁ ନେଇ ସମସ୍ତ ଛାତ୍ର ତାଙ୍କୁ ଉପହାସ କରିଥିବା ସହ ତାଙ୍କୁ କଟାକ୍ଷ କରି କିହଥିଲେ ଯେ, “ତୁମେ ନିଜକୁ ଦେଶଭକ୍ତ ବୋଲି କହି ସମ୍ବୋଧିତ କରୁଛ କିନ୍ତୁ ନିଜର ମାତୃ ଭାଷାରେ ଏତେ ଦୁର୍ବଳ ରହିଛ ?ା”
ଏହି କଥାଟି ସୁବାଷ ବୋଷଙ୍କୁ ଏପରି ବାଧି ଥିଲା ଯେ, ସେହିଦିନ ଠାରୁ ସେ ନିଜ ଭିତରେ ମାତୃ ଭାଷାର ଜ୍ଞାନକୁ ଖୁବ ସୁଦୃଢ କରିବା ସହ ପୀରକ୍ଷା ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ କରିବା ଲାଗି ଦୃଢ ପ୍ରତିଜ୍ଞା ନେଇଥିଲେ । ସେବେ ଠାରୁ ସେ ତନତନ କରି ବଙ୍ଗଳା ପଢିବା ଆରମ୍ଭ କରିବା ସହ ବଙ୍ଗଳା ବାକ୍ୟାରଣ ମଧ୍ୟ ପଢିବା ଆରମ୍ଭ କରିଦେଇଥିଲେ ।
ନେତାଜୀ, ବଙ୍ଗାଳୀ ପଢିବାରେ ନିଜ ଧ୍ୟାନ କେନ୍ଦ୍ରିତ କଲେ ଏବଂ ଅଳ୍ପ ସମୟ ମଧ୍ୟରେ ଏଥିରେ ସେ ଅଗାଧ ଜ୍ଞାନ ହାସଲ କଲେ । ଧିରେ ଧିରେ ବାର୍ଷିକ ପରୀକ୍ଷା ନିକଟତର ହେବାକୁ ଲାଗିଲା । ଏତିକ ବେଳକୁ ସୁଭାଷଙ୍କ ଜଣେ ବିଦ୍ୟାର୍ଥୀ କହିଲେ, ହୁଏତ ତୁମେ ଶ୍ରେଣୀ ପ୍ରଥମ ସ୍ଥାନ ହାସଲ କରିଥାଇପାର କିନ୍ତୁ ଯେଉଁ ପର୍ଯ୍ୟନ୍ତ ବଙ୍ଗଳାରେ ତୁମେ ଭଳ ଅଙ୍କ ହାସଲ କରି ନାହଁ ସେ ପର୍ଯ୍ୟନ୍ତ ତୁମକୁ କେହି ସର୍ବପ୍ରଥମ ବିବେଚିତ କରିବେ ନାହିଁ ।
କିଛି ଦିନ ପରେ ବାର୍ଷିକ ପରୀକ୍ଷା ଶେଷ ହୋଇଯାଇଥିଲା । ସୁଭାଷ ବୋଷ କେବଳ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କଲେ ନାହିଁ ଏହା ସହ ସେ ବଙ୍ଗଳାରେ ମଧ୍ୟ ଅଧିକ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଏହାକୁ ଦେଖି ବିଦ୍ୟାର୍ଥୀ ଏବଂ ସମସ୍ତ ଶିକ୍ଷକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।


Share It

Comments are closed.