ନେତାଜୀଙ୍କ ଜୀବନ ସଂପର୍କିତ କିଛି କଥା ଆସନ୍ତୁ ଅତି ସଂକ୍ଷିପ୍ତରେ ଜାଣିବା


ନେତାଜୀ ସୁଭାଷ ବୋଷ ଅନେକ ଥର ଇଂରେଜଙ୍କୁ ମାତ ଦେଇଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ତାଙ୍କ ମୃତ୍ୟୁ କିପରି ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ସୁଭାଷ ବୋଷଙ୍କ ମୃତ୍ୟୁ ୧୮ ଅଗଷ୍ଟ ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ହୋଇଥିବାବେଳେ ତେବେ ଆସନ୍ତୁ ତାଙ୍କ ସଂପର୍କରେ କିଛି ଜାଣିବା ।
୧- ନେତାଜୀଙ୍କ ଜନ୍ମ ୨୩ ଜାନୁଆରୀ ୧୮୯୭ ମସିହା କଟକ ଜିଲ୍ଲାରେ ହୋଇଥିବାବେଳେ ସେ ଏକ ବଙ୍ଗୋଲୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ନେତାଜୀଙ୍କ ବାପାଙ୍କ ନାମ ଜାନକୀନାଥ ବୋଷ ଥିବାବେଳେ ତାଙ୍କ ମା’ଙ୍କ ନାମ ପ୍ରଭାବତୀ ଥିଲା । ଜାନକୀନାଥ କଟକ ସହରର ଜଣେ ବିଶିଷ୍ଟ ଓକିଲ ଥିଲେ ।
୨- ନେତାଜୀଙ୍କୁ ଛାଡି ଜାନକୀନାଥଙ୍କର ୧୪ ସନ୍ତାନ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ପୁତ୍ର ସନ୍ତାନ ଏବଂ ୬ ଜଣ କନ୍ୟା ସନ୍ତାନ ଥିଲେ । ନେତାଜୀ, ଜାନକୀନାଥଙ୍କର ୯ମ ସନ୍ତାନ ଥିଲେ ।
୩- ନେତାଜୀ ନିଜର ପ୍ରାରମ୍ଭିକ ଶିକ୍ଷା କଟକସ୍ଥିତ ରେଭେନ୍ସା କଲିଜେଟ ସ୍କୁଲରୁ ହାସଲ କରିଥିଲେ । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ କଲିକତା ଚାଲି ଯାଇଥିଲେ । ସେଠାରେ ନେତାଜୀ ପ୍ରେସିଡେନ୍ସି କଲେଜ ଏବଂ ସ୍କଟିସ ଚର୍ଚରେ ନିଜର ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
୪- ଏହା ପରେ ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ (ଆଇସିଏସ)ର ପ୍ରସ୍ତୁତି ପାଇଁ ଇଂଲଣ୍ଡସ୍ଥିତ କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟ ଚାଲିଯାଇଥିଲେ । ଇଂରେଜଙ୍କ ଶାସନରେ ଭାରତୀୟଙ୍କ ପାଇଁ ସିଭିଲ ସର୍ଭିସ ଲାଗି ପ୍ରସ୍ତୁତି କରିବା ବହୁତ କଷ୍ଟ ଥିଲା ।
୫- ନେତାଜୀ, ସିଭିଲ ପରୀକ୍ଷରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଏହା ପରେ ନେତାଜୀ ୧୯୨୧ରେ ଭାରତରେ ବୃଦ୍ଧି ପାଉଥିବା ରାଜନୀତି ଉଷ୍ମତାକୁ ଦୃଷ୍ଟିରେ ରଖି ସେ ନିଜର ସିଭିଲ ସର୍ଭିସ ଚାକିରୀ ଛାଡି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ନେତାଜୀ ଭାରତ ଆସି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।
୬- ପ୍ରକାଶ ଥାଉକି, ପ୍ରଶାସିକ ସେବା ଭଳି ଉଚ୍ଚ ପଦବୀର ଚାକିରି ଛାଡି ସୁଭାଷ ବୋଷ ଯେତେବେଳେ ଦେଶକୁ ସ୍ୱାଧୀନ କରାଇବାର ପ୍ରମୁଖ ସାରଥୀ ସାଜିଥିଲେ ସେତେବେଳେ ଇଂରେଜ ସରକାର ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିଥିଲା । ଏହି କାରଣରୁ ସୁଭାଷ ବୋଷୀଙ୍କୁ ତାଙ୍କ ଜୀବନରେ ୧୧ ଥର ଜେଲ ଜୀବାକୁ ପଡିଥିଲା । ସେ ସର୍ବପ୍ରଥମେ ୧୬ ଜୁଲାଇ ୧୯୨୧ରେ ଜେଲ ଯାଇଥିଲେ ।


Share It

Comments are closed.