ପତ୍ନୀଙ୍କୁ ବଂଚାଇବା ପାଇଁ ସାର୍କ ସହ ଲଢ଼ିବାକୁ ମଧ୍ୟ ପଛାଇଲେନି ସ୍ବାମୀ, ଆଉ ଏହାପରେ…


ଲୋକମାନେ ନିଜ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କିଛି ମଧ୍ୟ କରିପାରନ୍ତି | ଠିକ ଯେମିକି ଜଣେ ଅଷ୍ଟ୍ରେଲୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ସାର୍କ ମୁହଁରୁ ମୁକ୍ତ କରିବା ପାଇଁ ଏତେ ଘୁସା ମାରିଛନ୍ତି ଯେ ଶେଷରେ ସାର୍କକୁ ପଳାଇବାକୁ ହିଁ ପଡିଲା | ସେବେଠାରୁ ଏହି ଅଷ୍ଟ୍ରେଲିଆନଙ୍କର ସାହସିକତାକୁ ସମଗ୍ର ଅଷ୍ଟ୍ରେଲିଆରେ ପ୍ରଶଂସା କରାଯାଉଛି |

Image :ABC News

ଅସଲରେ ସିଡନୀଠାରୁ ଚାରି ଘଣ୍ଟା ଦୂରରେ ଅବସ୍ଥିତ ପୋର୍ଟ ମ୍ୟାକ୍ୱାରି ଉପକୂଳ | ଶହ ଶହ ଲୋକ ଏଠାକୁ ସର୍ଫିଂ କରିବାକୁ ଆସନ୍ତି। ମାର୍କ ରାପ୍ଲେ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ସର୍ଫିଂ କରିବାକୁ ଆସିଥିଲେ । ଶନିବାର ଦିନ ଏମାନେ ସର୍ଫିଂ କରୁଥିବାବେଳେ ସାର୍କ ମାର୍କଙ୍କ ପତ୍ନୀଙ୍କ ଡାହାଣ ଗୋଡ ଉପରେ ଦୁଇଥର ଆକ୍ରମଣ କରିଥିଲା। ପ୍ରଥମ ଥର ସେ ତାଙ୍କ ଗୋଡକୁ ସାର୍କ କବଳରୁ ମୁକୁଳାଇ ଆଣିଲେ | କିନ୍ତୁ ଦ୍ୱିତୀୟ ଥର ସାର୍କ ମାର୍କଙ୍କ ପତ୍ନୀଙ୍କ ଡାହାଣ ଗୋଡକୁ ତାର ତୀକ୍ଷ୍ଣ ଦାନ୍ତରେ ଜାବୁଡ଼ି ରଖିଲା।
Image :The Journal

ଶେଷରେ ପୁଣି କଣ ହେବାର ଥିଲୀ, ମାର୍କ ୧୦ ଫୁଟ ଲମ୍ବର ଗ୍ରେଟ୍ ହ୍ୱାଇଟ୍ ସାର୍କକୁ ଏତେ ପଂଚ କଲେ ଯେ ଶେଷରେ ସାର୍କଙ୍କୁ ତାଙ୍କ ପତ୍ନୀଙ୍କ ଗୋଡ ଛାଡିବାକୁ ପଡିଲା |


ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଜଣେ ସର୍ଫର କହିଛନ୍ତି ଯେ ମାର୍କ ରାପଲେ ତାଙ୍କ ପତ୍ନୀଙ୍କ ପାଇଁ ଅନେକ ସାର୍କକୁ ବହୁତ ପଂଚ ମାରିଥିଲେ । ଏହିପରି ସାହସିକତା କ୍ୱଚିତ୍ ଦେଖାଯାଏ | ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ସାର୍କ ପରି ଭୟଙ୍କର ଜୀବ ସହିତ ଲଢ଼ିପାରନ୍ତି |

Image :HuffPost Australia

ସାର୍କ ମାର୍କଙ୍କ ପତ୍ନୀଙ୍କ ପାଦ ଛାଡିବା ମାତ୍ରେ ପାରାମେଡିକ୍ସ ତାଙ୍କୁ ତୁରନ୍ତ କୂଳକୁ ଆଣିଥିଲେ। ଯେଉଁଠାରୁ ତାଙ୍କୁ ବିମାନ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ମାର୍କଙ୍କ ପତ୍ନୀ ବିପଦ ବାହାରେ ଅଛନ୍ତି।


Share It

Comments are closed.