ଡାଇବେଟିସ୍ ରୋଗୀଙ୍କ ପାଇଁ ହିମାଳୟା ଡ୍ରଗ୍ କମ୍ପାନୀର ନୂଆ କ୍ୱିଷ୍ଟା ଡିଏନ ସପ୍ଲିମେଂଟ


ଭୁବନେଶ୍ୱର: ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ଏକ ନ୍ୟୁଟ୍ରିସ୍‌ନାଲ ସପ୍ଲିମେଂଟ୍ କ୍ୱିଷ୍ଟା ଡିଏନ ଉନ୍ମୋଚନ କରାଯାଇଛି, ଯାହାକୁ ଡାଇବେଟିକ୍ ଓ ପ୍ରିଡାଇବେଟିକ୍ ବ୍ୟକ୍ତିମାନଙ୍କ ଆହାର ପରିଚାଳନାରେ ସହଯୋଗ କରିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି । କ୍ୱିଷ୍ଟା ଡିଏନ ହେଉଛି ଏକ ସୁକ୍ରୋଜ୍ ଫ୍ରି ଫର୍ମୂଲା, ଯାହାକୁ ସ୍ୱତନ୍ତ୍ର ଏସିସିଟିଆଇ ଆଡ୍‌ଭାଂଟେଜ୍ ନ୍ୟୁଟ୍ରିଏଂଟ୍‌ସ (ଆଲ୍‌ଫା ଲିପୋଇକ୍ ଏସିଡ୍‌, କାର୍‌ନିଟାଇନ୍‌, କୋଏଞ୍ଜାଇମ୍ କ୍ୟୁ୧୦, ଟୌରାଇନ୍‌, ଇନୋସିଟୋଲ୍‌)ରେ ପ୍ରସ୍ତୁତ କରାଯାଇଛି ଏବଂ ଏହା ଶରୀରର ସମଗ୍ର ମେଟାବୋଲିଜିମ କ୍ର୍ରିୟାରେ ସାହାଯ୍ୟ କରିଥାଏ ।
ଏହି ପୋଷଣଯୁକ୍ତ ଫର୍ମୂଲାକୁ ଆୟୁର୍ବେଦର ସୁଗୁଣ ଓ ସ୍ୱତନ୍ତ୍ର ମାଇକ୍ରୋ-ନ୍ୟୁଟ୍ରିଏଂଟ୍‌ସ ଯେପରିକି କ୍ରୋମିୟମ୍ ଓ ଜିଙ୍କ୍‌ର ବ୍ୟବବହାର କରି ବିକଶିତ କରାଯାଇଛି, ଯାହାକି ଶରୀରର ରକ୍ତଶର୍କରା ଉପଯୋଗକୁ ସାମୂହିକଭାବେ ସୁଧାରି ଥାଏ । ଏହା ତୃପ୍ତ ଅନୁଭବ ପ୍ରଦାନ କରିବା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ଦୂରକରିବାରେ ସାହାଯ୍ୟ କରିଥାଏ । ହିମାଳୟା ଡ୍ରଗ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଫିଲିପ୍ ହେଡନ୍‌ଙ୍କ କହିବା ଅନୁସାରେ, “କ୍ୱିଷ୍ଟା ଡିଏନ ହେଉଛି ଆମର କ୍ୱିଷ୍ଟା ଶୃଙ୍ଖଳର ଏକ ସମ୍ପ୍ରସାରଣ ଯାହାକି ଡାଇବେଟିସ୍ ରୋଗରେ ପୀଡିତ ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ସ୍ୱତନ୍ତ୍ର ସମାହାର ।” “ଡାଇବେଟିକ୍ ଲୋକଙ୍କ ପାଇଁ କ୍ୱିଷ୍ଟା ଡିଏନ ହେଉଛି ଏକ ଲାଭଦାୟକ ନ୍ୟୁଟ୍ରିସ୍‌ନାଲ ଡ୍ରିଙ୍କ୍ ।” ବୋଲି ହିମାଳୟା ଡ୍ରଗ୍ କମ୍ପାନୀର ଫାର୍ମାସ୍ୟୁଟିକାଲ୍ ଡିଭିଜନ୍‌ର ବାଣିଜ୍ୟ ନିର୍ଦ୍ଦେଶକ, ଶ୍ରୀ ଅନୀଲ ଜିଆନ୍ଦାନି କହିଛନ୍ତି ।
ସେଓ, ବାନାବା(ଜରୁଲା) ଏକ୍ସଟ୍ରାକ୍ଟ ଭଳି ଉପାଦାନରେ ପ୍ରସ୍ତୁତ କ୍ୱିଷ୍ଟା ଡିଏନ, ଖାଦ୍ୟନଳୀରେ ଗ୍ଲୁକୋଜ୍ ଅବଶୋଷଣ ଓ ଇନ୍‌ସୁଲିନ୍ ପ୍ରତିରୋଧକୁ କମ୍‌କରି ମାଂସପେଶୀର କୋଷିକା ଗୁଡିକ ଦ୍ୱାରା ଗ୍ଲୁକୋଜ୍ ଆହରଣକୁ ପ୍ରୋତ୍ସାହିତ କରିଥାଏ । ଏହା ଏକ ନିରାମିଷ ଉତ୍ପାଦ ଅଟେ ଯେଉଁଥିରେ ସ୍ଲୋ, ମିଡିୟମ ଡାଇଜେଷ୍ଟିଙ୍ଗ୍ ପ୍ରୋଟିନ୍‌, ସୋଲ୍ୟୁବୁଲ୍ ଓ ଇନ୍‌ସୋଲ୍ୟୁବୁଲ୍ ଫାଇବର ଆଦି ରହିଛି ଏବଂ ଏହା ଅତିରିକ୍ତ ଭାବେ ଏକ ଅପ୍ଟିମାଇଜ୍ ଗ୍ଲିସେମିକ୍ ପ୍ରତିକ୍ରିୟାରେ ସାହାଯ୍ୟ କରିଥାଏ । କ୍ୱିଷ୍ଟା ଡିଏନ ଦେଶବ୍ୟାପୀ ସମସ୍ତ କେମିଷ୍ଟ ଆଉଟ୍‌ଲେଟ୍ ଓ ଅନ୍‌ଲାଇନ୍ ଷ୍ଟୋର୍‌ରେ ୪୦୦ ଗ୍ରାମ୍ ପ୍ୟାକ୍‌ରେ ଉପଲବ୍ଧ ହେଉଛି; ଯାହାର ମୂଲ୍ୟ ରହିଛି ୫୫୦ ଟଙ୍କା । ଏହା ଭାନିଲା ଓ ମିଲ୍କ ମସାଲା ଭଳି ଦୁଇଟି ସ୍ୱାଦିଷ୍ଟ ଫ୍ଲେଭରରେ ଉପଲବ୍ଧ ହେଉଛି ।


Share It

Comments are closed.