ଶ୍ୟାମଳ ସୁବର୍ଣ୍ଣ ଓ ଏଗ୍ରିସୋଲ ଦ୍ୱାରା ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର ଫଳ ପ୍ରକାଶିତ

ପ୍ରଥମରେ କିରନପ୍ରଭା , ଦ୍ୱିତୀୟରେ କ୍ରିଷ୍ଣାଲିଣ୍ଟାସ ,ତୃତୀୟରେ ଅଙ୍କିତ


ଭୁବନେଶ୍ୱର (୨୦/୭) – କୃଷିକୁ ସଭ୍ୟତାର ମାପକାଠି ଭାବେ ବିବେଚନା କରାଯାଏ । କୃଷି ଓ କୃଷକରବିକାଶ ହେଲେ ହେଁ ରାଜ୍ୟର ପ୍ରଗତି ସମ୍ଭବପର ବୋଲି କୁହାଯାଏ । ଚାଷୀ – ମାଟିର ଅମୃତସନ୍ତାନ । ତା’ରି ପାଇଁ ବନ୍ଧ୍ୟା ଜମିରେ ସବୁଜିମାର ଫସଲ । ଏହି ପରିପ୍ରେକ୍ଷୀରେ କୃଷିର ବିକାଶକୁ ଦୃଷ୍ଟିରେ ରଖି କୃଷି ଭିତ୍ତିକ ତ୍ରୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ଓ ଏଗ୍ରିସୋଲ କମ୍ପାନୀର ମିଳିତ ପ୍ରୟାସର ଯୁବ କୃଷି ବିଜ୍ଞାନୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଯୁବ କୃଷି ବିଜ୍ଞାନୀ ମାନଙ୍କର କୃଷି ପ୍ରତି ଅବଦାନ ଶୀର୍ଷକ ପ୍ରବନ୍ଧରେ ହୋଇଥିବା ପ୍ରତିାଯାଗିତାରେ ଓଡ଼ିଶାର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଷଳ । ଏଥିରେ ସେଂଚରିଆନ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର କୃଷି ଛାତ୍ରୀ ସୁଶ୍ରୀ କିରନପ୍ରଭା ପ୍ରଥମ ସ୍ଥାନ , ଓୟୁଏଟି , ଭୁବନେଶ୍ୱରର ସୁଶ୍ରୀ କ୍ରିଷ୍ଣା ଲିଣ୍ଟାସ ବେହେରା ଦ୍ୱିତୀୟ ଓ ବିନାୟକ ଡ଼ିଗ୍ରୀ କଲେଜର ଅଙ୍କିତ କୁମାର ଧଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷିର ବିକାଶ ଦିଗରେ ଏକ ନୂଆ ଆଶା ସଂଜାର କରିବ ବୋଲି ଏଗ୍ରିସୋଲ ନିର୍ଦ୍ଦେଶିକା ସ୍ନିଗ୍ଧାରାଣୀ ପାତ୍ର କହିଛନ୍ତି । ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।


Share It

Comments are closed.