ଏବେ ବଜାରକୁ ଆସିଲା ଅର୍ଗାନିକ ଅଣ୍ଡା, ଯାହାର ମୂଲ୍ୟ ସାଧାରଣ ଅଣ୍ଡା ଠାରୁ ବେଶ ଅଧିକ


କରୋନା ମହାମାରୀ ସମୟରେ ଅର୍ଗାନିକ ଫଳ ଓ ପାନିପରିବାର ଚାହିଦା ବହୁତ ବୃଦ୍ଧି ପାଇଛି । ଲୋକଙ୍କ ଚାହିଦା ଦେଖି ଅର୍ଗାନିକ ଅଣ୍ଡା ମଧ୍ୟ ବଜାରକୁ ଆସିଛି । ସଂକ୍ରମଣ କାଳରେ ଲୋକେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣ କରି ରୋଗରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ଉଦୟପୁରର ସଞ୍ଜୟ କୁମାରଙ୍କ ସୌଖିନ ଅନ୍ଦାଜ ସହରବାସୀଙ୍କୁ ଅର୍ଗାନିକ ଅଣ୍ଡା ଉପଲବ୍ଧ କରାଇଛି । ଉଦୟପୁର-ଗୋଗୁଣ୍ଡା ରାଜପଥରେ ଚୋର ବାୱଡି ନିକଟରେ ସଞ୍ଜୟ କୁମାରଙ୍କ ଏକ ଫାର୍ମ ହାଉସ୍ ଅଛି । ଏହି ଫାର୍ମ ହାଉସରେ ସେ କୁକୁଡ଼ା ଚାଷ କରନ୍ତି । କୁକୁଡ଼ା ଚାଷ ସହ ସେ ଉତ୍ତମ ମାନର ଅଣ୍ଡା ଉତ୍ପାଦନ କରିବା କଥା ଚିନ୍ତା କରିଥିଲେ ଏବଂ କୁକୁଡ଼ାଙ୍କୁ କେବଳ ଅର୍ଗାନିକ ଖାଦ୍ୟ ଦେଇଥିଲେ । କୁକୁଡ଼ାଙ୍କ ପାଇଁ ସେ ଆରଓ ପାଣି ବ୍ୟବସ୍ଥା କଲେ ଓ ଜୈବିକ ଖାଦ୍ୟ ଦେଇ ଅଣ୍ଡାକୁ ମଧ୍ୟ ଜୈବିକ କରିଦେଲେ । ସଞ୍ଜୟ କହିଛନ୍ତି, ଅର୍ଗାନିକ ଅଣ୍ଡା ଉତ୍ପାଦନ ପାଇଁ ଗୋଟିଏ ଅଣ୍ଡା ପିଛା ପାଖାପାଖି ୨୫ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ଏହି ଅଣ୍ଡାର ଓଜନ ଓ ଆକାର ସାଧାରଣ ଅଣ୍ଡା ଠାରୁ ଅଧିକ । ସଞ୍ଜୟଙ୍କ ଅନୁସାରେ, ଗୁଜରାଟ ଜାମନଗରରୁ କୁକୁଡ଼ାଙ୍କ ପାଇଁ ଖାଦ୍ୟ ମଗାଯାଏ । ଉତ୍ତମ ଗୁଣବତ୍ତା ଅର୍ଗାନିକ ଖାଦ୍ୟ ଖାଇ କୁକୁଡ଼ା ଅର୍ଗାନିକ ଅଣ୍ଡା ଦେଉଛନ୍ତି । କୁକୁଡ଼ାଙ୍କୁ କ୍ଷେତରେ ଉତ୍ପାଦନ ହେଉଥିବା ଅର୍ଗାନିକ ଫସଲ ମଧ୍ୟ ଦିଆଯାଇଥାଏ । ଏହାଛଡା କୁକୁଡ଼ାଙ୍କୁ ଫାର୍ମ ହାଉସରେ ପଞ୍ଜୁରୀରେ କଏଦ କରି ରଖିବା ପରିବର୍ତ୍ତେ ଖୋଲା ଛଡ଼ାଯାଇଥାଏ । ଫାର୍ମରେ କେବେ ଏପଟ ସେପଟ ଜିନିଷ ଉପଯୋଗ ହୁଏନାହିଁ ।

ଅର୍ଗାନିକ ଅଣ୍ଡା ଉତ୍ପାଦନ କରିବାର ବିଚାର ମନକୁ ଆସିବା ପରେ ସଞ୍ଜୟ ଏହା ଉପରେ କାମ କରିବା ଆରମ୍ଭ କଲେ । ଏସଞ୍ଜୟ ଏହି କାମକୁ ନିଜର ପେସା କରିବା ପରିବର୍ତ୍ତେ ଏହି କାମ ପ୍ରତି ନିଜର ଉତ୍ସାହ ସୃଷ୍ଟି କରିଥିଲେ ଏବଂ ସେହି ଆଧାରରେ ସେ ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛନ୍ତି । ସଞ୍ଜୟ କୁମାରଙ୍କ ଫାର୍ମରେ ପ୍ରାୟ ଚାରି ଶହ କୁକୁଡ଼ା ଅଛନ୍ତି ଯାହା ପ୍ରତିଦିନ ୧୦୦ ରୁ ଅଧିକ ଅଣ୍ଡା ଦେଇଥାଏ । ଫାର୍ମରେ କୁକୁଡ଼ା ପାଳନ ପାଇଁ ସ୍ଵର୍ଣ୍ଣଧାର ଓ ବନରାଜା ପ୍ରଜାତିର କୁକୁଡ଼ା ଅଣାଯାଇଥିଲା । କୁକୁଡ଼ାଙ୍କ ପାଳନ ପୋଷଣ ସହ ତାଙ୍କ ଖାଇବା ପ୍ରତି ବିଶେଷ ଦୃଷ୍ଟି ଦିଆଗଲା । ସେମାନଙ୍କ ଖାଦ୍ୟରେ ପେସ୍ଟିସାଇଜ, ୟୁରିଆ ଏବଂ ସେଥିରୁ ଉତ୍ପାଦିତ ବସ୍ତୁ ଯେଭଳି ଉପଯୋଗ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ଫଳରେ କୁକୁଡ଼ା ଉତ୍ତମ ମାନର ଅଣ୍ଡା ଦେଇଥିଲେ । ବଜାରରେ ମିଳୁଥିବା ସାଧା ଅଣ୍ଡା ଅପେକ୍ଷା ଏହି ଅଣ୍ଡାକୁ ଲୋକେ ୬ଗୁଣ ଅଧିକ ଟଙ୍କା ଦେଇ ମଧ୍ୟ କିଣିବାକୁ ପ୍ରସ୍ତୁତ ।


Share It

Comments are closed.