ଏନସିବି ସମନ ପରେ ଆଜି ଗୋଆରୁ ମୁମ୍ବାଇ ଆସିବେ ଦୀପିକା


ବଲିଉଡ ଡ୍ରଗ୍ସ କାରବାରରେ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମିଲ ହୋଇଛି। ଏକଥା ଜଣାପଡ଼ିବା ପରେ ଏନସିବି ଗତକାଲି ତାଙ୍କୁ ସମନ ପଠାଇଥିଲା। ସେ ଏବେ ଗୋଆରେ ଥିଲେ। ଏନସିବି ସମନ ପାଇବା ପରେ ଦୀପିକା ଆଜି ଗୋଆରୁ ମୁମ୍ବାଇ ଆସିବେ। ତାଙ୍କୁ ଚାର୍ଟାଡ ପ୍ଲେନରେ ଆସିବାର ଅନୁମତି ମିଳିଛି। ଗୋଆରୁ ଦି’ପହର ୧.୩୦ରେ ମୁମ୍ବାଇ ଅଭିମୁ​‌ଖେ ଯାତ୍ରା କରିବେ ଦୀପିକା। ସେପ୍ଟେମ୍ବର ୨୫ ଅର୍ଥାତ ଆସନ୍ତାକାଲି ତାଙ୍କୁ ଏ ନେଇ ଏନସିବି ପଚରାଉଚରା କରିବ।

ଦୀପିକାଙ୍କ ବିରୋଧରେ ଏନସିବିକୁ ଏକ ଡ୍ରଗ୍ସ ଚାଟ୍ ମିଳିଥିଲା। ଏହି ଚାଟ୍ ଥିଲା ୨୦୧୮ ଅକ୍ଟୋବର ୨୮ ତାରିଖର। ଚାଟରୁ ଜଣାପଡ଼ିଛି ଯେ ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଦ୍ୱାରା ସେ ଡ୍ରଗ୍ସ ମାଗିଛନ୍ତି।

ତେବେ ସୁଶାନ୍ତ ଅପମୃତ୍ୟୁ ମାମଲାରେ ଏନସିବି ଆଜି ସିମୋନ ଖମ୍ବାଟାଙ୍କୁ ପଚରାଉଚରା କରୁଛି। ଏହା ସହ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ବି ଜେରା କରୁଛି। ତେବେ ଅଭିନେତ୍ରୀ ରକୁଲ ପ୍ରୀତି ସିଂହଙ୍କୁ ଏନସିବି ସମନ ମିଳି ନ ଥିବା ମନା କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସହ ଏନସିବିର କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁ ନାହିଁ। ଅବଶ୍ୟ ସାରା ଓ ଶ୍ରଦ୍ଧାଙ୍କୁ ସେପ୍ଟେମ୍ବର ୨୬ରେ ଜେରା କରାଯିବ।


Share It

Comments are closed.