କଞ୍ଚାକ୍ଷୀର ପିଉଥିଲେ ରୁହନ୍ତୁ ସାବଧାନ, ହୋଇପାରେ ଏହିସବୁ ସମସ୍ୟା
ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଅନେକ ପୁଷ୍ଟିକର ଲାଭ ପ୍ରଦାନ କରିଥାଏ | କିନ୍ତୁ କଞ୍ଚା କ୍ଷୀର, ଯଥା, ଅପରିଷ୍କୃତ କ୍ଷୀରରେ ବିପଦଜନକ ମାଇକ୍ରୋଅର୍ଗାନିଜିମ୍ ଥାଇପାରେ ଯାହା ଆପଣଙ୍କ ଏବଂ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ |
ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
FDA ଅନୁଯାୟୀ, ଯେକୌଣସି ପ୍ରାଣୀର କ୍ଷୀରରେ ସଲମୋନେଲା, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ, ଯାହାକୁ ଫୁଟାଇବା ବିନା ଫିଇଲେ ବିଷାକ୍ତ ହୋଇଥାଏ । ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବାର ସାଇଡ୍ ଇଫେକ୍ଟ ବିଷୟରେ-
-କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାଏ ଯାହା ଆମ ଶରୀରରେ ପ୍ରବେଶ କରି ସାଇଡ୍ ଇଫେକ୍ଟ କରିଥାଏ ଯେପରିକି ଡାଇରିଆ, ଡିହାଇସଡ୍ରେନ୍, ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
-ଯେତେବେଳେ କଞ୍ଚା କ୍ଷୀର ବାହାର କରାଯାଇଥାଏ, ଏହି କ୍ଷୀର ପଶୁ ଉଦର କିମ୍ବା ବେଳେବେଳେ ପଶୁ ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଥାଏ, ତେଣୁ ଏହାକୁ ସିଧାସଳଖ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
-ଇମ୍ୟୁନିଟି କମ୍ ଥିବା ଲୋକ, ଶିଶୁ ଏବଂ ଯୁବକମାନଙ୍କ ପାଇଁ କଞ୍ଚା କ୍ଷୀର ଅଧିକ କ୍ଷତିକାରକ ହୋଇଥାଏ ।
-ଏହାକୁ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିଥାଏ ।
-କଞ୍ଚା କ୍ଷୀରରେ ଅନେକ ଜୀବାଣୁ ରହିଥା’ନ୍ତି ଯାହା ଟିବି ସହିତ ଅନେକ ମାରାତ୍ମକ ରୋଗ ମଧ୍ୟ କରିଥାଏ ।
-କଞ୍ଚା କ୍ଷୀର ପିଇବା ଶରୀରର ଏସିଡ୍ ସ୍ତର କଣ୍ଟ୍ରୋଲ୍ ହୋଇନଥାଏ ଏବଂ ଶରୀରରେ ଅମ୍ଳର ପରିମାଣ ବଢିଯାଇଥାଏ ।
Comments are closed.