ରୟାଲ ଚ୍ୟାଲେଂଜ ଏବେ ଏକ ନୂତନ ବୋଲ୍ଡ ଲୁକ୍‌ରେ


ଭୁବନେଶ୍ୱର: ଭାରତର ସବୁଠାରୁ ପସନ୍ଦଯୋଗ୍ୟ ବ୍ରାଣ୍ଡ, ରୟାଲ ଚ୍ୟାଲେଂଜ ହ୍ୱିସ୍କି ଏକ ନୂଆ ବୋଲ୍ଡ ଲୁକ ସହିତ ଆସିଛି । ଏହି ବୋଲ୍ଡ, ନୂତନ ରୟାଲ ଚ୍ୟାଲେଂଜ ହ୍ୱିସ୍କିରେ ରହିଛି ଏକ ଟ୍ରାନ୍ସଫରମଡ଼ ଲୋଗୋ, ଯାହାକି ବିଶୋଧିତ ଗୁଣବତା ସମ୍ପର୍ଣ୍ଣ ତରଳ ଏବଂ ଷ୍ଟ୍ରାଇକିଂ ପ୍ୟାକେଜିଂ ସହିତ ଆସିଛି । ଡ଼ିଆଜିଓର କେତେକ ସ୍ୱତନ୍ତ୍ର ଏକକ ମଲ୍ଟସକୁ ବିଶ୍ୱସ୍ତରରେ ଶୁଭାରମ୍ଭ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମ୍ମାନିତ ସ୍କଚ ହ୍ୱିସ୍କି ବିଶେଷଜ୍ଞ, ମାଷ୍ଟର ବ୍ଲେଣ୍ଡର-କ୍ରେଗ ୱାଲେସ, ବାସ୍ତବରେ ଏକ ସ୍ୱତନ୍ତ୍ର ବ୍ଲେଣ୍ଡେଡ଼ ସ୍ପିରିଟ ସୃଷ୍ଟି କରିଛନ୍ତି । ସମ୍ପୁର୍ଣ୍ଣ ନୂତନ ରୟାଲ ଚ୍ୟାଲେଞ୍ଜ ହ୍ୱିସ୍କି ହେଉଛି ସ୍କଚ, ଭାରତୀୟ ମଲ୍ଟ ଏବଂ ଗ୍ରେନ୍ ସ୍ପିରିଟର ଏକ ପ୍ରକୃତ ସମାହାର, ଯାହାକି ଭାରତୀୟ ଗ୍ରାହକ ମାନଙ୍କୁ ଏକ ଉନ୍ନତ ଅନୁଭୂତି ପ୍ରଦାନ କରିବ ।
ଏହି ନବୀକରଣ ସମ୍ପର୍କରେ ଡ଼ିଆଜିଓ ଇଣ୍ଡିଆର, ଇଭିପି ମାର୍କେଟିଙ୍ଗ ଏବଂ ପୋର୍ଟଫୋଲିଓ ମୁଖ୍ୟ, ଅମରପ୍ରୀତ ଆନନ୍ଦ କହିଛନ୍ତି ଯେ, “ରୟାଲ ଚ୍ୟାଲେଞ୍ଜ ହେଉଛି ଏପରି ଏକ ବ୍ରାଣ୍ଡ ଯାହାକି ସର୍ବଦା ଏକ ଉନ୍ନତ ଆଗାମୀ କାଲିର ନିର୍ମାଣ ପାଇଁ ବିଶ୍ୱାସ କରେ । ଏହି ନୂଆ ରୂପକୁ ଗ୍ରାହକ ମାନଙ୍କର ବଦଳୁଥିବା ଦୃଷ୍ଟିକୋଣ ଏବଂ ପସନ୍ଦକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ।”


Share It

Comments are closed.