ପୁରୁଣା କଥାକୁ ଭୁଲି ସାଙ୍ଗର ଜନ୍ମଦିନ ପାର୍ଟିରେ ସାମିଲ ହେଲେ ରିୟା, କିଛି ଏଭଳି କଲେ ଫଟୋସୁଟ


ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜର ପୁରଣା ଜୀବନକୁ ଫେରିବା ପାଇଁ ପ୍ରୟାସ କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଡ୍ରଗ୍ସ ଆଙ୍ଗଲ ଆସିବା ପରେ ରିୟାଙ୍କୁ ଗିରଫ କରାଯାଇଥିଲା, ବର୍ତ୍ତମାନ ସେ ବେଲରେ ଅଛନ୍ତି । ବର୍ତ୍ତମାନ ରିୟା ନିଜର ସାଙ୍ଗମାନଙ୍କ ସହ ଖୁବ ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିଛି । ଏହି ମଧ୍ୟରେ ତାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ପ୍ରକାଶ ଥାଉକି, ରିୟା, ଅନୁଷ୍କା ଡାଣ୍ଡେକରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ଏହି ପାର୍ଟିରେ ଫରହନ ଅଖତର ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଶିବାନୀ ଡାଣ୍ଡେକର, ରୋଡିସ ସୋ’ର ଜେଜେ ରାଜିବ ଲକ୍ଷ୍ମଣ ଏବଂ ଅନେକ ସାମିଲ ହୋଇଥିଲେ । ରାଜିବ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ରିୟାଙ୍କ ସହ ନଜର ଆସୁଥିବାର ଦେଖିବାକୁ ମିଳୁଛି । ରାଜିବ-ରିୟା ପରସ୍ପରକୁ ହଗ କରିଥିବାର ଦେଖିବାକୁ ମିଳିଛି । ରାଜିବ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ‘ମାଇ ଗାର୍ଲ’ ।
ଫଟୋରେ ରିୟା ଷ୍ଟାଇଲିସ ସୁଟ ଏବଂ ନି ହାଇ ବୁଟ୍ସ ପିନ୍ଧିଥିବାର ନଜର ଆସୁଛନ୍ତି । ସେ ରାଜିବଙ୍କ ସହିତ କ୍ୟାମେରା ସାମନାକୁ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଅନ୍ୟ ପଟେ ରାଜିବଙ୍କ ପତ୍ନୀ ମଧ୍ୟ ଇନଷ୍ଟଗ୍ରାମରେ ଏହି ପାର୍ଟିର ଗ୍ରୁପ ଫଟୋ ଦେଇଥିବାର ଦେଖିବାକୁ ମିଳିଛି ।


Share It

Comments are closed.