ଭାରତରେ ନୂତନ ମିନି ପ୍ୟାଡ଼ି ହପକିର୍କ ଏଡ଼ିସନର ଶୁଭାରମ୍ଭ


ଭୁବନେଶ୍ୱର: ମିନି ଇଣ୍ଡିଆ ପକ୍ଷରୁ ଭାରତରେ ମିନି-୩ ଡୋର୍ ହ୍ୟାଚ୍‌ର ଏକ ସ୍ପେଶାଲ ଏଡିସନ୍‌, ମିନି ପ୍ୟାଡି ହପ୍‌କିର୍କ ଏଡିସନର ଶୁଭାରମ୍ଭ କରାଯାଇଛି । ଏହା ଏକ ସମ୍ପୂର୍ଣ୍ଣ ବିଲ୍‌ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଆସୁଥିବା ବେଳେ ଏହାର କେବଳ ୧୫ ୟୁନିଟ୍ ଉପଲବ୍ଧ ରହିଛି ଏବଂ ଏହି କାର୍‌କୁ ସ୍ୱତନ୍ତ୍ର ଭାବେ shop.mini.inରେ ବୁକ୍ କରାଯାଇପାରିବ । ଏହି ନୂତନ କାର ରେସିଙ୍ଗ୍ କିମ୍ବନ୍ଦନ୍ତୀ ପ୍ୟାଟ୍ରିକ୍ ‘ପ୍ୟାଡି’ କପ୍‌କିର୍କ ଏବଂ ୧୯୬୪ରେ ମଂଟେ କାର୍ଲୋ ର‌୍ୟାଲିରେ କ୍ଲାସିକ୍ ନଂ.୩୭ ମିନି କୁପର ଏସରେ ତାଙ୍କର ଚମତ୍କାର ବିଜୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ମିନି ପ୍ୟାଡି ହପ୍‌କିର୍କ ଏଡିସନ ୪୧,୭୦,୦୦୦ଟଙ୍କାର ଏକ୍ସ-ଶୋରୁମ୍ ମୂଲ୍ୟରେ ଉପଲବ୍ଧ ହେଉଛି ।
ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ବିକ୍ରମ ପାୱାଙ୍କ କହିବା ଅନୁସାରେ, “ଏହି ମିନି ପ୍ୟାଡି ହପ୍‌କିର୍କ ଏଡିସନ ହେଉଛି ମିନି ର ଚ୍ୟାଲେଞ୍ଜର ସ୍ପିରିଟ୍ ଓ ରେସିଙ୍ଗ୍ ଜିନ୍ସର ଏକ ପ୍ରତିଫଳନ । ଆମେ ନୂତନ ବର୍ଷକୁ ଆନ୍ତର୍ଜାତୀୟ ମୋଟରସ୍ପୋର୍ଟ ଇତିହାସର ଏକ କିମ୍ବଦନ୍ତୀ- ମିନି ପ୍ୟାଡି ହପ୍‌କିର୍କ ଏଡିସନ ର ଶୁଭାରମ୍ଭ ସହିତ ଆରମ୍ଭ କରିଥିବାରୁ ଆନନ୍ଦିତ ।“
ମିନି ପ୍ୟାଡି ହପ୍‌କିର୍କ ଏଡିସନ ହେଉଛି ମଂଟେ କାର୍‌ଲୋ ର‌୍ୟାଲିରେ ପ୍ୟାଡି ହପ୍‌କିର୍କଙ୍କ ଦ୍ୱାରା ଚାଳିତ କ୍ଲାସିକ୍ ରେଡ୍ ମିନି କୁପର୍ ଏସର ଏକ ଆଧୁନିକ ପରିବ୍ୟାଖ୍ୟା । ଏହି ଲିମିଟେଡ୍ ଏଡିସନରେ ଏକ ଚିଲି ରେଡ୍ ଏକ୍ସଟେରିୟର କଲର୍ ସହିତ ଆସ୍‌ପେନ୍ ହ୍ୱାଇଟ୍ ରୁଫ୍‌, ବ୍ଲାକ୍ ମିରର କ୍ୟାପ୍ସ, କଳା ରଙ୍ଗର ୧୬\” ଲାଇଟ୍ ଆଲୟ ହ୍ୱିଲ୍‌ସ ଭିକ୍ଟ୍ରି ସ୍ପୋକ୍ ଓ ପିଆନୋ ବ୍ଲାକ୍‌ରେ ଏକ୍ସଟେରିୟର ଏଲିମେଂଟ୍ ଆଦି ଫିଚର ରହିଛି । ମିନି ପ୍ୟାଡି ହପ୍‌କିର୍କ ଏଡିସନର କେନ୍ଦ୍ରରେ ଟ୍ୱିନ୍ ପାୱାର ଟର୍ବୋ ଟେକ୍ନୋଲୋଜି ସହିତ ଆଡ୍ରେନାଲାଇନ୍ ପମ୍ପିଙ୍ଗ୍ ମିନି କୁପର୍ ଏସ-୨-ଲିଟର ୪- ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହା ୧୯୨ଏଚପି/୧୪୧କେଡବ୍ଲୁୁର ଶୀର୍ଷ ଆଉଟ୍‌ପୁଟ୍ ଓ ୨୮୦ ଏନଏମର ସର୍ବାଧିକ ଟର୍କ ଉତ୍ପନ୍ନ କରିଥାଏ । ଏହି କାର୍ ୬.୭ ସେକେଣ୍ଡରେ ଘଂଟାପ୍ରତି ୧୦୦ କିମି ଅତିକ୍ରମ କରିଥାଏ ଏବଂ ଏହାର ଟପ୍ ସ୍ପିଡ୍ ଘଂଟାପ୍ରତି ୨୩୫ କିମି ଅଟେ ।
ଏହାବ୍ୟତୀତ ଏଥିରେ ଡବଲ୍ କ୍ଲଚ୍ ଓ ଷ୍ଟିଅରିଙ୍ଗ ହ୍ୱିଲ୍ ପ୍ୟାଡେଲ୍ସ ସହିତ ୭-ସ୍ପିଡ୍ ଷ୍ଟେପ୍‌ଟ୍ରୋନିକ୍ ସ୍ପୋର୍ଟ ଟ୍ରାନ୍ସମିଶନ ସ୍ମୁୁଥ୍ ଗିୟରସିଫ୍ଟ, ଅପ୍ଟିମାଇଜ୍‌ଡ ଆକୌଷ୍ଟିକ୍‌, ଏବଂ ଡ୍ରାଇଭ୍ ସିଷ୍ଟମର ଅତ୍ୟାଧୁନିକ ଫିଚର ରହିଛି । ମିନି ପ୍ୟାଡି ହପ୍‌କିର୍କ ଏଡିସନ ଅନ୍ତର୍ନିହିତକାରୀ ସେଫ୍ଟି ଟେକ୍ନୋଲୋଜିଗୁଡିକ ସହିତ ସୁସଜ୍ଜିତ ରହିଛି । ଏହାର ଷ୍ଟାଣ୍ଡାର୍ଡ ମିନିମାଲିଜିମ ଟେକ୍ନୋଲୋଜି ମଧ୍ୟରେ ଏକ ଅଟୋ ଷ୍ଟାର୍ଟ/ଷ୍ଟପ୍ ଫଙ୍କ୍‌ସନ, ବ୍ରେକ୍ ଏନର୍ଜି ରେସୁପେରେଶନ, ସିଫ୍ଟ ପଏଂଟ୍ ଡିସ୍‌ପ୍ଲେ ଓ ଇଲେକ୍‌ଟ୍ରୋମେକାନିକାଲ ପାୱାର ଷ୍ଟିଅରିଙ୍ଗ୍ ସାମିଲ ରହିଛି । ଅନ୍ୟ ଏକ ଫିଚର ହେଉଛି ମିନି ଏକ୍ସାଇଟ୍‌ମେଂଟ୍ ପ୍ୟାକେଜ୍‌, ଯେଉଁଥିରେ ଏଲଇଡି ଇଂଟେରିୟର ଓ ଆମ୍ବିଏଂଟ୍ ଲାଇଟିଙ୍ଗ ସହିତ ଡୋର୍ ଖୋଲିବା ସମୟରେ ଡ୍ରାଇଭର୍‌ଙ୍କ ପାଶ୍ୱର୍ର ତଳଭାଗରେ ମିନି ଲୋଗାର ଏକ ପ୍ରୋଜେକ୍ସନ ସାମିଲ ରହିଛି ।


Share It

Comments are closed.