ଲକ୍‌ଡାଉନ ବି ଅଟକାଇ ପାରିଲାନି ପିଲାଙ୍କ ପାଠ ପଢାକୁ, ଉତ୍ତମ ଇଣ୍ଟରନେଟ ସେବା ଗଛ ଉପରେ ଚଢି ପିଲାଙ୍କୁ ପାଠ ପଢାଇଲେ ଶିକ୍ଷକ


କରୋନା ଭାଇରସକୁ ନେଇ ଉପୁଜିଥିବା ଲକଡାଉନ ପରିସ୍ଥିତି ଯୋଗୁଁ ସମସ୍ତଙ୍କର କାମ ବନ୍ଦ ହୋଇଯାଇଥିବାବେଳେ ଅଧିକାଂଶ ଲୋକ ବର୍ତ୍ତମାନ ନିଜ ଘରୁ କାମ କରୁଛନ୍ତି । ଘରୁ କାମ କରିବା ଦ୍ୱାରା ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଅନ୍ୟପଟେ ସେମାନେ ଏହାର ସମସ୍ୟାର ସମାଧାନ ବାହାରି ନିଜ ନିଜର କାମ ହାସିଲ କରିବାରେ ସକ୍ଷମ ମଧ୍ୟ ହେଉଛନ୍ତି । ଠିକ ଏଭଳି ଏକ ଘଟଣା ପଶ୍ଚିମବଙ୍ଗରେ ଦେଖବାକୁ ମିଳିଛି । ଯେଉଁଥିରେ ପଶ୍ଚିମବଙ୍ଗରେ ଜଣେ ଶିକ୍ଷକ ନିଜ ଘରେ ପିଲାମାନଙ୍କୁ ଅନଲାଇନ ଜରୀଆରେ ପାଠ ପଢାଉଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଶିକ୍ଷକଙ୍କ ଘରେ ଇଣ୍ଟରନେଟ ସେବା ଠିକ୍‌ସେ ନଆସିପାରିବା ହେତୁ ଉତ୍ତମ ଇଣ୍ଟରନେଟ ସେବା ପାଇଁ ସେ ଗଛ ଉପରେ ଚଢି ସେମାନଙ୍କୁ ପାଠ ପଢାଇବାକୁ ବାଧ୍ୟ ହେଉଛନ୍ତି ।
ପିଶ୍ଚିମବଙ୍ଗର ବଙ୍ଗୁରା ଜିଲ୍ଲାରେ ସୁବ୍ରତ ନାମ ଜଣକ ଶିକ୍ଷକ ରହୁଛନ୍ତି । ସେ ଇତିହାସର ଶିକ୍ଷକ ଅଟନ୍ତି ଏବଂ ବର୍ତ୍ତମାନ ସମୟରେ ତାଙ୍କର ପାଠପଢାଇବା ଅନୁଭବ ଖୁବ ଅଲଗା ଅଟେ । ପିଲାଙ୍କୁ ପାଠ ପଢାଇବା ପାଇଁ ଘରେ ଠିକସେ ଇଣ୍ଟରନେଟ ସେବା ଆସିନପାରିବା ହେତୁ ସେ ଗଛ ଉପରେ ଚଢି ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କୁ ମୋବାଇଲ ଜରୀଆରେ କ୍ଲାସ ନେବାକୁ ପଡିଥାଏ । କିନ୍ତୁ ଘରେ ଇଣ୍ଟରନେଟ ସେବା ଠିକସେ ଆସି ନପାରିବା ହେତୁ ତାଙ୍କୁ କ୍ଲାସ କରାଇବାରେ ଅନେକ ବାଧା ଉପୁଜେ । ସେ ପ୍ରତିଦିନ ନିଜ ଖାଦ୍ୟ ଏବଂ ପାଣି ଧରି ପିଲାଙ୍କୁ ପାଠ ପଢାଇବା ପାଇଁ ଗଛ ଉପର ପ୍ରସ୍ତୁତ ହୋଇଥିବା ତାଙ୍କ ପ୍ଲାଟଫର୍ମକୁ ଚାଲିଯାନ୍ତି ଏବଂ ଦିନକୁ ୨-୩ଟି କ୍ଲାସ କରନ୍ତି ।
ପିଲାଙ୍କୁ ପାଠ ପଢାଇବା ପାଇଁ ସୁବ୍ରତଙ୍କର ଏହି ନିଷ୍ଠାକୁ ଦେଖି ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଛି ।


Share It

Comments are closed.