ଗୁରୁତର ରୋଗରେ ପୀଡିତ ଅଛନ୍ତି ନର୍ଥ କୋରିଆର ଏକଛତ୍ରବାଦୀ ଶାସକ କିମ-ଜଙ୍ଗ, ସ୍ୱାସ୍ଥ୍ୟବସ୍ଥା ଜଟିଳ !


ନର୍ଥ କୋରିଆର ଏକଛତ୍ରବାଦୀ ଶାସକ କିମ-ଜଙ୍ଗ-ଉନ ଏକ ଗୁରୁତର ରୋଗରେ ପୀଡିତ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଖୁବ ଜଟିଳ ରହିଛି । ଆମେରିକା ମିଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, କିମ ଜଙ୍ଗଙ୍କ ବ୍ରେନ ବର୍ତ୍ତମାନ ଡେଡ ହୋଇଥିବାର ଅନେକ କଳ୍ପନାଜଳ୍ପନା ତୀବ୍ର ହେବାରେ ଲାଗିଲାଣି । ମଙ୍ଗଳବାର ଦିନ ଦିଆଯାଇଥିବା ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁଇନ୍ଦା ସୂଚନା ଅନୁଯାୟୀ ଏହା ଜଣା ପଡିଛି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜଙ୍ଗ-ଉନଙ୍କ ଏକ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥବସ୍ଥା ବର୍ତ୍ତମାନ ଗମ୍ଭୀର ହୋଇପଡିଛି ।
ଶୁଣିବାକୁ ଏହା ମିଳିଛି ଯେ, ହୃଦରୋଗ କାରଣରୁ ତାଙ୍କର ଚିକିତ୍ସା ଚାଲୁଥିଲା । ରିପୋର୍ଟ ଅନୁଯାୟୀ, ଏଥିପାଇଁ କିମ-ଜଙ୍ଗ-ଉନଙ୍କ ସର୍ଜରୀ କରାଯାଇଥିଲା କିନ୍ତୁ ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ ଗମ୍ଭୀର ହୋଇପଡିଥିବାର ବର୍ତ୍ତମାନ ଜଣାପଡିଛି । ଖବର ଅନୁଯାୟୀ, ଏକଛତ୍ରବାଦୀ ଶାସନ କିମ ଜଙ୍ଗ, ଉନ ପ୍ୟୋଙ୍ଗୟାଙ୍ଗ ବାହାରେ ଥିବା ହାଙ୍ଗସାନର ଏକ ଭିଲ୍ଲାରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କଳ୍ପନାଜଳ୍ପନା ସେତେବେଳେ ତୀବ୍ର ହୋଇପଡିଥିବା ଯେତେବେଳେ ସେ ଦେଶର ପ୍ରତିଷ୍ଠା ଦିବସ ଏବଂ ୧୫ ଏପ୍ରିଲରେ ନିଜ ସ୍ୱର୍ଗୀୟ ଦାଦାଙ୍କ ୧୦୮ତମ ଜନ୍ମଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ।


Share It

Comments are closed.