ଅସଦାଚରଣ ମାମଲାରେ ନାନାଙ୍କୁ କ୍ଲିନ ଚିଟ ପରେ ତନୁଶ୍ରୀ ହାଇକୋର୍ଟ ଯିବେ


ନାନା ପାଟେକରଙ୍କ ବିରୁଦ୍ଧରେ ତନୁଶ୍ରୀ ଦତ୍ତ। ଆଣିଥିବା ଯୌନ ଉତ୍ପିଡନର ଅଭିଯୋଗରେ ମୁମ୍ବାଇର ଓସିୱରା ପୋଲିସ, ନାନାଙ୍କୁ କ୍ଲିନଚିଟ ଦେଇଛି । ପୋଲିସ ଏହି ମାମଲାରେ ନାନାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା କହିଛି । ତେବେ ତନୁଶ୍ରୀଙ୍କ ଓକିଲ ନିତିନ ସାତପୁଟେ କହିଛନ୍ତି ଯେ, ପୋଲିସ ଏହି ମାମଲାରେ ସମ୍ପୂର୍ଣ୍ଣ ବେପରୁଆ ଭାବେ ତଦନ୍ତ କରିଛି । ଅନେକ ସାକ୍ଷ୍ୟଙ୍କର ବୟାନ ରେକର୍ଡ କରି ନାହିଁ । ତେବେ ଆମେ ଏହା ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ରିଟ ପିଟିସନ ଦାଖଲ କରିବୁ ।

ତେବେ ନାନାଙ୍କ ବିରୁଦ୍ଧରେ ତନୁଶ୍ରୀଙ୍କ ଯୌନ ଉତ୍ପିଡନର ଅଭିଯୋଗ, #MeToo କ୍ୟାମ୍ପେନ ଅନ୍ତର୍ଗତ କରିଥିଲେ । ତାଙ୍କ ସହ ବଲିଉଡର ମଧ୍ୟ ଅନେକ ଅଭିନେତ୍ରୀ ତାଙ୍କ ପ୍ରତି ହୋଇଥିବା କାଷ୍ଟିଙ୍ଗ କାଉଚ ଏବଂ ଯୌନ ଉତ୍ପିଡନ ବିରୋଧରେ #MeToo କ୍ୟାମ୍ପେନ ଅନ୍ତର୍ଗତ ସ୍ୱର ଉଠାଇଥିଲେ ।

ପୂର୍ବରୁ ଏକ ସାକ୍ଷାତକାର ମାଧ୍ୟମରେ ତନୁଶ୍ରୀ ଅଭିଯୋଗ କରିଥିଲେ ଯେ, ନାନା ପାଟେକର ୧୦ ବର୍ଷ ପୂର୍ବେ ତାଙ୍କୁ ଏକ ଫିଲ୍ମ ସେଟରେ ଯୌନ ଉତ୍ପିଡନ କରିବା ପାଇଁ ଚେଷ୍ଟା କରିଥିଲେ । ଜୁମ ଟି.ଭିକୁ ଦେଇଥିବା ସାକ୍ଷତକାର ମାଧ୍ୟମରେ ତନୁଶ୍ରୀ କହିଛନ୍ତ, “Horn Ok Pleassss” ଫିଲ୍ମର ସୁଟିଂ ସମୟରେ ନାନା ପାଟେକର ତାଙ୍କ ସହ ଦୁବ୍ୟବହାର କରିଥିଲେ । ନାନା ପାଟେକର ତାଙ୍କ ହାତ ଧରି ଟାଣିବାକୁ ଲାଗିଲେ ଏବଂ ତାଙ୍କୁ ସହ ଅଶ୍ଳିଳ ବ୍ୟବହାର ମଧ୍ୟ କଲେ । ଏହା ସହ ଆହୁରୀ ମଧ୍ୟ କହିଲେ ଯେ, ନାନା ପାଟେକର କେବଳ ଏତିକି କରିନଥିଲେ ବରଂ ଏହା ସହ ସେ ନିର୍ମାତାଙ୍କ ପାଖରେ ମୋ ସହ ଏକ ଇଣ୍ଟିମେଣ୍ଟ ଷ୍ଟେପ କରିବା ପାଇଁ ଦାବୀ ମଧ୍ୟ କଲେ ।


Share It

Comments are closed.