ମ୍ୟାଚ ବାତିଲ ହେବା କାରଣରୁ ଆଉ ବର୍ଷା ନହେବା ପାଇଁ ବାଦଲଙ୍କୁ ନିବେଦନ କଲେ କେଦାର


ଗତ କାଲି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । ସକାଳୁ ଚାଲିଥିବା ମୁଷଳ ବର୍ଷା ଯୋଗୁଁ ଖେଳ ପାଇଁ ଟଚ ପଡିବା ଅସମ୍ଭବ ହୋଇପଡିଥିବାବେଳେ ଏହା ହେଉଛି ଚଳିତ ବିଶ୍ୱକପରେ ଚତୁର୍ଥ ମ୍ୟାଚ, ଯାହାକି ବର୍ଷା ଯୋଗୁଁ ବାତିଲ ହୋଇଛି । ଏହା ପୂର୍ବରୁ ଆଫ୍ରିକା-ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା-ପାକିସ୍ତାନ ଏବଂ ଶ୍ରୀଲଙ୍କା-ବାଙ୍ଗଳାଦେଶ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।
ବାରମ୍ବାର ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଉଥିବାବେଳେ ଭାରତୀୟ ଦଳର ଅଲରାଉଣ୍ଡର କେଦାର ଯାଦବ ବର୍ଷାକୁ ପ୍ରାର୍ଥନା କରି ମହାରାଷ୍ଟ୍ର ଚାଲିଯିବା ପାଇଁ ନିବେଦନ କରିଛନ୍ତି । କେଦାର ମହାରାଷ୍ଟ୍ରର ବାସିନ୍ଦା ଥିବାବେଳେ ସେଠାରେ ଅନେକ ଦିନ ହେବ ବର୍ଷା ହୋଇ ନଥିବା ହେତୁ ସେଠାରେ ଚାଷଜମି ଶୁଖି ଯାଇଛି । କେଦାର ଯାଦବଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏଥିରେ କେଦାର ଯାଦବ, ବାଦଲଙ୍କୁ ପ୍ରାର୍ଥନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଭାରତୀୟ ଦଳର ଏହି ଅଲରାଉଣ୍ଡର ଭିଡିଓରେ ପ୍ରାର୍ଥନା କରି କହିଛନ୍ତି ଯେ, “ହେ ବର୍ଷା ତୁମର ଆବଶ୍ୟକତା ଏଠାରୁ ଅପେକ୍ଷା ମହାରାଷ୍ଟ୍ରରେ ଅଧିକ ରହିଛି । ସେଠାରେ ଯାଇକି ବର୍ଷନ୍ତୁ । ”


Share It

Comments are closed.