ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁର୍ବେଦକୁ ଆପଣାନ୍ତୁ


ସମଗ୍ର ବିଶ୍ୱ ଏବେ କରୋନା ଭାଇରସ୍‌ର ଭୟାବହତାକୁ ସାମ୍‌ନା କରୁଛି । ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ଏହି ମାରାତ୍ମକ ରୋଗର ଚିକିତ୍ସା ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଯେପର୍ଯ୍ୟନ୍ତ କରୋନା ଭାଇରସ୍‌ର ଚିକିତ୍ସା କିମ୍ବା ଟୀକା ନବାହାରିଛି ସେପର୍ଯ୍ୟନ୍ତ ଆମକୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ଓ ଶରୀରକୁ ମଜଭୁତ ରଖିବାକୁ ହେବ । ସାମାଜିକ ଦୂରତା, ହାତ ଧୋଇବା ସହ ନିଜ ଶରୀରକୁ ସଂକ୍ରମଣ ସହ ଲଢିବା ପାଇଁ ପ୍ରସ୍ତୁତ କରିବା ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଆୟୁର୍ବେଦଳ ଯୋଗ ଓ ନ୍ୟାଚୁରୋପ୍ୟାଥିର ଆୟୁଷ ମନ୍ତ୍ରଣାଳୟ ପକ୍ଷଣୁ ଆୟୁର୍ବେଦ ଅନୁମୋଦିତ ବିଧିଗୁଡିକର ଏକ ତାଲିକା ଜାରି କରାଯାଇଛି, ଯାହାକି ସ୍ୱତନ୍ତ୍ର ଭାବେ ବର୍ତମାନ ସମୟରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟତା କରିପାରେ । ଆୟୁଷ ମନ୍ତ୍ରଣାଳୟ ଆପଣଙ୍କୁ ଏହି ମହାମାରୀ ସମୟରେ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହଯୋଗ କରିବା ପାଇଁ ନିମ୍ନଲିଖିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି । ମନ୍ତ୍ରଣାଳୟ ପ୍ରତିଦିନ ଏକ ରୁଟିନ୍ ଫଲୋ କରିବାକୁ ପରାମର୍ଶ ଦେଇଛି ଯାହାକି ଖୁବ୍ ସରଳ ।
– ପୂରା ଦିନ ଉଷୁମ ପାଣି ପିଅନ୍ତୁ ।
– ପ୍ରତିଦିନ ଯୋଗ କରନ୍ତୁ । ସର୍ବନିମ୍ନ ଅଧ ଘଂଟା ପର୍ଯ୍ୟନ୍ତ ଯୋଗ ଆସନ, ପ୍ରାଣାୟମ ଓ ଧ୍ୟାନ କରନ୍ତୁ ।
– ନିଜ ଖାଦ୍ୟରେ ହଳଦୀ, ଜୀରା ଓ ଧଣିଆ ପତ୍ରକୁ ନିଶ୍ଚିତ ସାମିଲ କରନ୍ତୁ । ଆୟୁର୍ବେଦ ଅନୁସାରେ ଏସବୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାନ୍ତି ।
– ପ୍ରତିଦିନ ସକାଳେ ଏକ ବଡ ଚାମଚ ବା ୧୦ ଗ୍ରାମର ଚମନପ୍ରାସ୍ ଖାଆନ୍ତୁ ।
– ପ୍ରତିଦିନ ହର୍ବାଲ୍ ଚା’ ପିଅନ୍ତୁ । ଏଥିରେ ତୁଳସୀ, ଡାଲ୍‌ଚିନି, ଗୋଲ୍ ମରିଚ, ପାନମଧୁରୀ, କିସ୍‌ମିସ୍‌, ଗୁଡ ଓ ଲେମ୍ବୁ ରସ ଆଦି ମିଶାଯାଇପାରିବ ।
– ଉଷୁମ କ୍ଷୀରରେ ଅଧା ଛୋଟ ଚାମଚ ହଳଦୀ ମିଶାଇ ଦିନକୁ ଦୁଇ ଥର ପିଅନ୍ତୁ ।
ସେହିପରି ଶୁଖିଲା କାସ ହେଉଥିଲେ ଲବଙ୍ଗ ପାଉଡର୍‌ରେ ଚିକି କିମ୍ବା ମହୁ ମିଶାଇ ଦିନକୁ ଦୁଇ ଥର ଖାଆନ୍ତୁ ।


Share It

Comments are closed.