କୋଭିଡ୍‌-୧୯ ପାଇଁ ନାମ ବଦଳାଇଲେ ବିଏସ୍‌ଏନ୍‌ଏଲ୍ ଓ ଭୋଡାଫୋନ୍‌-ଆଇଡିଆ


କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ସହ ମିଶି ଟେଲିକମ୍ କମ୍ପାନୀଗୁଡିକ ମଧ୍ୟ ନିଜ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି । କରୋନା ଭାଇରସ୍ ସଂକ୍ରମଣର ବର୍ତମାନ କୌଣସି ଚିକିତ୍ସା ଉପଲବ୍ଧ ନାହିଁ । ଏଥିରୁ ବଂଚିବା ପାଇଁ ଘରେ ରହିବା ହିଁ ସବୁଠାରୁ ସୁରକ୍ଷିତ ଓ ଉନ୍ନତ ଉପାୟ । ଉପଭୋକ୍ତାମାନଙ୍କୁ ଏସମ୍ପର୍କରେ ସଚେତନ କରିବା ପାଇଁ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ ଓ ଘରୋଇ ଟେଲିକମ୍ କମ୍ପାନୀ ଭୋଡାଫୋନ୍‌-ଆଇଡିଆ ନିଜ ନେଟ୍‌ୱର୍କ ଅପରେଟର୍ ନାମରେ ପରିବର୍ତନ କରିଛନ୍ତି ।
କରୋନା ଭାଇରସ୍‌କୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଏସ୍‌ଏନ୍‌ଏଲ୍ ନିଜ ନେଟ୍‌ୱର୍କ ଅପରେଟର୍‌ର ନାମ ବଦଳାଇଛି । ଏବେ ବିଏସ୍‌ଏନ୍‌ଏଲ୍‌ର ଉପଭୋକ୍ତାମାନେ ନିଜ ମୋବାଇଲ ସ୍କ୍ରିନ୍‌ରେ ବିଏସ୍‌ଏନ୍‌ଏଲ୍ ମୋବାଇଲ ପରିବର୍ତେ ‘ବିଏସ୍‌ଏନ୍‌ଏଲ୍ ଷ୍ଟେ ଆଟ୍ ହୋମ୍‌’ ଦେଖିପାରୁଛନ୍ତି । ସେହିପରି ଭୋଡାଫୋନ୍ ନେଟ୍‌ୱର୍କର ନାମ ଫୋନ୍ ସ୍କ୍ରିନ୍‌ରେ ‘ଭୋଡାଫୋନ୍‌-ବି ସେଫ୍‌’ ଡିସ୍‌ପ୍ଲେ ହେଉଛି । ତେବେ ଏହି ନାମ ପରିବର୍ତନ ପଦକ୍ଷେପକୁ ଉପଭୋକ୍ତାଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଅନେକ ଏହାକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଉପଭୋକ୍ତା ନେଟ୍‌ୱର୍କ ସମସ୍ୟା ଯୋଗୁଁ ଏହାକୁ ନାପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ କରୋନା ଭାଇରସ୍ କାରଣରୁ ଚାଲିଥିବା ଲକ୍‌ଡାଉନ୍ ପିରିୟଡ୍‌ରେ କୌଣସି ଉପଭୋକ୍ତାଙ୍କୁ ରିଚାର୍ଜ ପାଇଁ ସମସ୍ୟା ନଭୋଗିବାକୁ ପଡୁ ସେଥିପାଇଁ ବିଏସ୍‌ଏନ୍‌ଏଲ୍ ନିଜ ପ୍ରିପେଡ୍ ପ୍ଲାନ୍‌ଗୁଡିକର ବୈଧତାକୁ ୨୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏଥିସହିତ କମ୍ପାନୀ ସମସ୍ତ ଉପଭୋକ୍ତାଙ୍କୁ ୧୦ ଟଙ୍କାର ଟକ୍ ଟାଇମ୍ ମଧ୍ୟ ଅଫର୍ କରିଛି ।


Share It

Comments are closed.