କରୋନାର ମୁକାବିଲା ପାଇଁ ପ୍ରଶାସନକୁ ୮୫୦୦ରୁ ଅଧିକ ଡାକ୍ତର ଉପଲବ୍ଧ କରାଇଲା ସେନା


ନୂଆଦିଲ୍ଲୀ,୧ ଏପ୍ରିଲ ୨୦୨୦: କରୋନା ଭାଇରସ୍ ବିରୋଧରେ ଜାରି ଲଢେଇରେ ସରକାରଙ୍କୁ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛି ଭାରତୀୟ ସେନା । ସେନା ପ୍ରମୁଖ ଜେନେରାଲ ଏମ୍‌ଏମ୍ ନର୍‌ବାନେ କହିଛନ୍ତି ଯେ, ସେନା ପକ୍ଷରୁ ନାଗରିକ ପ୍ରଶାସନଙ୍କୁ ଜରୁରୀ ସହାୟତା ପ୍ରଦାନ କରିବା ପାଇଁ ୮୫୦୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀ ଉପଲବ୍ଧ କରାଯାଇଛି । ଖୁବ୍‌ଶୀଘ୍ର ନେପାଳକୁ ମଧ୍ୟ ସହାୟତା ପାଇଁ ଚିକିତ୍ସା ଉପକରଣ ଉପଲବ୍ଧ କରାଯିବ ବୋଲି ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏହା ସୂଚିତ କରିଛନ୍ତି । ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସେହିପରି ସ୍ୱତନ୍ତ୍ର ଭାବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲଗୁଡିକୁ ଚିହ୍ନଟ କରାଯିବ ସହ ୯୦୦୦ରୁ ଅଧିକ ହସ୍ପିଟାଲ ବେଡ୍ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ରହିଥିବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାୱତ ସୂଚନା ଦେଇଛନ୍ତି । ରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୈସ୍‌ଲାମେର୍‌, ଯୋଧପୁର, ଚେନ୍ନାଇ, ମାନେସର, ହିଣ୍ଡନନ ଓ ମୁମ୍ବାଇରେ ୧୦୦୦ରୁ ଅଧିକ ଲୋକଙ୍କୁ କ୍ୱାରେଂଟାଇନ୍‌ରେ ରଖାଯାଇଛି ଏବଂ ଆସନ୍ତା ଏପ୍ରିଲ ୭ ତାରିଖରେ ସେମାନଙ୍କର କ୍ୱାରେନ୍‌ଟାଇନ୍ ଅବଧି ଶେଷ ହେବ ।


Share It

Comments are closed.