ଆତ୍ମହତ୍ୟା କଲେ ‘ତାରକ ମେହତା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା

Share It

ଟିଭି ଧାରାବାହିକ ‘ତାରକ ମେହତା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ତାଙ୍କର ଏକ ସୁଇସାଇଡ ନୋଟ୍ ସାମନାକୁ ଆସିଛି। ଅଭିଷେକ ଦୀର୍ଘ ଦିନରୁ ଏହି ଧାରାବାହିକ ପାଇଁ ଲେଖାଲେଖି କରୁଥିଲେ। ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ।

ଅଭିଷେକ ଗତ ସପ୍ତାହ​‌ରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ସେ ସାଇବର ଠକାମିର ଶିକାର ହୋଇଥିଲେ ଏବଂ ତାଙ୍କୁ ବ୍ଲାକମେଲ୍ କରାଯାଉଥିଲା। ତାଙ୍କ ମୃତ୍ୟୁ ପରଠୁ ଟଙ୍କା ଫେରାଇବାକୁ ଲଗାତାର ଫୋନ୍ ଆସୁଛି। ଅଭିଷେକ ସେମାନଙ୍କୁ ଲୋନରେ ଗ୍ୟାରେଣ୍ଟର କରିଥିଲେ।

ଅଭିଷେକ ମକୱାନା ନଭେମ୍ବର ୨୭ତାରିଖରେ ତାଙ୍କ କାନ୍ଦିବଲି ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହା ପରେ ପୋଲିସ୍ ଏହି ମାମଲାରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା।


Share It

Comments are closed.