ପ୍ଲାଟିନମ ଲଭ୍ ବ୍ୟାଣ୍ଡ୍‌ସର ଆକର୍ଷଣୀୟ କଲେକ୍ସନ


ଭୁବନେଶ୍ୱର: ପ୍ଲାଟିନମ ଗିଲ୍ଡ ଇଣ୍ଡିଆ ଦ୍ୱାରା ପ୍ଲାଟିନମ ଡ଼େ ଅଫ ଲଭ ପକ୍ଷରୁ ସୁନ୍ଦର କଳାକୃତିର ପ୍ଲାଟିନମ ଲଭ ବ୍ୟାଣ୍ଡର ଏକ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି । ଏହି ନୂତନ କଲେକ୍ସନଗୁଡ଼ିକ ସେହି ଦମ୍ପତିମାନଙ୍କ ପ୍ରତି ଉତ୍ସର୍ଗୀକୃତ ଯେଉଁମାନେ କି ସଂର୍ଘର୍ଷ ସମୟରେ ମଧ୍ୟ ସେମାନଙ୍କର ଶକ୍ତି, ଧୈର୍ଯ୍ୟ, ସ୍ଥିରତା ଏବଂ ଆଶାବାଦୀ ମୁଲ୍ୟବୋଧ ପ୍ରଦର୍ଶନ କରିଛନ୍ତି । ଲଭ୍ ବ୍ୟାଣ୍ଡ୍‌ର ପ୍ରତ୍ୟେକ ସେଟ୍ ଏହାକୁ ପିନ୍ଧୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଅନନ୍ୟ ଯାତ୍ରା ପାଇଁ କୃତଜ୍ଞତା ଜଣାଉଛି । ଏହି ସୁନ୍ଦର ଲଭବ୍ୟାଣ୍ଡଗୁଡ଼ିକର ଜ୍ୟମାତିକ ଡ଼ିଜାଇନ, ସୂକ୍ଷ୍ମ ମାର୍କିଂ, ଜଟିଳ ଢାଂଚା, ପରିଷ୍କାର ରେଖା ଏବଂ ମୂଲ୍ୟବାନ ପଥର ଦମ୍ପତିମାନଙ୍କର ସେହି ଅନନ୍ୟ ସମ୍ପର୍କର ଯାତ୍ରାକୁୁ ପାଳନ କରୁଛି ।

ଏହି ପ୍ଲାଟିନମ୍ ଲଭ ବ୍ୟାଣ୍ଡରେ ଥିବା ସମାନ୍ତାରାଳ ରେଖା ଗୁଡ଼ିକ କିଭଳି ଯେକୌଣସି ଝଡ଼କୁ ପ୍ରତିହତ କରି ଆପଣ ପରସ୍ପର ପଛରେ ରହିଥାନ୍ତି ଏବଂ ପରସ୍ପରକୁ ସମର୍ଥନ କରିଥାନ୍ତି ତାହାର ଏକ ପ୍ରମାଣ । ସେହିଭଳି ସଲିଟାରୀ ସେଂଟର ଏବଂ ଜ୍ୟାମିତିକ ଉପାଦାନ ସହିତ ଏହି ପ୍ଲାଟିନମ୍ ଲଭ ବ୍ୟାଣ୍ଡ ଗୁଡ଼ିକ ଆପଣଙ୍କର ପ୍ରେମକୁ ଆହୁରି ମଜବୁତ କରୁଛି, ଯାହାକି ଏକ ମାର୍ଗଦର୍ଶକ ହିସାବରେ କାର୍ଯ୍ୟ କରିଥାଏ, ଯାହାକି ଆପଣଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇଥାଏ । ସେଭହିଳି ଏହି ପ୍ଲାଟିନମ ଲଭ୍ ବ୍ୟାଣ୍ଡରେ ଥିବା ସମାନ୍ତାରାଳ ରିଜ୍‌ଡ଼ ଢାଂଚା ଗୁଡ଼ିକ ହେଉଛି ପ୍ରତ୍ୟେକ ପଦକ୍ଷେପରେ ଆପଣ କିପରି ପରସ୍ପର ସହିତ ପାଦଥାପି ଚାଲିଥାନ୍ତି, ତାହାର ଏକ ଦୃଷ୍ଟାନ୍ତ ।


Share It

Comments are closed.