କରୋନାରେ ଆକ୍ରାନ୍ତ ହେଲେ ବରୁଣ, ଅନିଲ, କିୟାରା ଏବଂ ନୀତୁ ସିଂହ


ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସେଟ୍‌ରୁ ଏକ ବଡ଼ ଖବର ସାମନାକୁ ଆସିଛି। ଚଣ୍ଡିଗଡ଼ରେ ଏହି ଫିଲ୍ମର ସୁଟିଂ କରୁଥିବା ଟିମର କିଛି ବ୍ୟକ୍ତିଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ବରୁଣ ଧାୱନ,କିୟାରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି। ଏବେ ଯାଏଁ ଏବିଷୟ ସ୍ପଷ୍ଟ ହୋଇନାହିଁ କି ଫିଲ୍ମ ନିର୍ମାତା କି ଷ୍ଟାର୍ ଏହାକୁ ସାର୍ବଜନିକ କରିନାହାନ୍ତି। କରୋନା ସୂଚନା ମିଳିବା ମାତ୍ରେ ଫୁଲ୍ମର ସୁଟିଂ ରୋକି ଦିଆଯାଇଛି। ନିକଟରେ ନୀତୁ ସିଂହ,ବରୁଣ ଧାୱନ,ଅନିଲ କପୁର ଏବଂ କିୟାରା ଆଡଭାନି ଏହି ଫିଲ୍ମର ପୂରା ଟିମ୍ ସୁଟିଂ ପାଇଁ ଚଣ୍ଡିଗଢ଼ ବାହାରିଥିଲେ। ସୁଟିଂକୁ ଯିବା ପୂର୍ବରୁ ଏମାନେ ଏକାଠି ଏକ ଫଟୋ ସେୟାର କରିଥିଲେ। ଏହି ଫିଲ୍ମ ଋଷି କପୁରଙ୍କ ପରଲୋକ ପରେ ନୀତୁ ସିଂହଙ୍କ ପ୍ରଥମ ଫିଲ୍ମ। ଗୁରୁବାର ଏହି କଳାକାରମାନଙ୍କ ପଜିଟିଭ ହେବାର ସୂଚନା ମିଳିଛି। ଏହା ପରେ ସୁଟିଂକୁ ରୋକି ଦିଆଯାଇଛି।


Share It

Comments are closed.