ଲକଡ଼ାଉନ୍ ସମୟରେ ସିଂଜେଟା ପକ୍ଷରୁ ନୂଆ କୃଷି ହେଲ୍‌ପଲାଇନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶରେ ଜାରି ରହିଥିବା କୋଭିଡ-୧୯ ମହାମାରୀ ଜନିତ ଲକଡାଉନ ଯୋଗୁଁ କୃଷକମାନଙ୍କର ସମସ୍ୟାକୁ ଗୁରୁତ୍ୱଦେଇ ସିଙ୍ଗେଟା ଇଣ୍ଡିଆ ପକ୍ଷରୁ ‘ସିଂଜେଟା କିଷାନ ହେଲ୍‌ପଲାଇନ୍‌’ ନାମକ ଏକ ଜାତୀୟସ୍ତରୀୟ ଟେଲି ପରାମର୍ଶ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା କୃଷକମାନେ ସିଂଜେଟା କିଷାନ ହେଲପ୍‌ଲାଇନ୍ ନମ୍ବର ୧୮୦୦-୧-୨୧୫-୩୧୫ରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ ଫୋନରୁ ମାଗଣାରେ କଲ କରିପାରିବେ । ଏହି ହେଲ୍‌ପଲାଇନ୍ ସମଗ୍ର ଭାରତର କୃଷକ ମାନଙ୍କୁ ମାଗଣା ଶସ୍ୟ ପରାମର୍ଶ ସମେତ ବର୍ତମାନ ଦେଶରେ କୋଭିଡ-୧୯ଯୋଗୁଁ ଚାଲିଥିବା ଏହି ଆହ୍ୱାନପୂର୍ଣ୍ଣ ସମୟରେ କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ କୃଷି ସମସ୍ୟା ସମ୍ପର୍କୀତ ସୂଚନା ଯୋଗାଇଦେବ । ନଅଟି ଭିନ୍ନ ଭାଷାରେ କଲ ସୁବିଧା ପାଇଁ ସମୁଦାୟ ଷୋହଳଟି ଚ୍ୟାନେଲ ସୃଷ୍ଟି କରାଯାଇଛି । ଏହି ହେଲପଲାଇନ ପ୍ରତ୍ୟେକ ସୋମବାରରୁ ଶନିବାର ସକାଳ ୯.୩୦ ରୁ ସଂନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲୁ ରହିବ । କଲ ଗ୍ରହଣ ବ୍ୟତୀତ ଏହି କଲ ସେଂଟର କୃଷକମାନଙ୍କ ନୀକଟରେ ପହଂଚି ସେମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା, ପିପିଇର ବ୍ୟବହାର ଏବଂ କୋଭିଡ -୧୯ ସମ୍ପର୍କୀତ ଅନ୍ୟାନ୍ୟ ସାବଧାନକତା ମୂଳକ ପଦକ୍ଷେପ ବିଷୟରେ ଅବଗତ କରାଇବ ।
ଏହା ସମ୍ପର୍କରେ ସିଂଜେଟା ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଫାଏଲ ଡେଲ ରିଓ କହିଛନ୍ତି ଯେ, “ଯେତେବେଳେ କୃଷକମାନେ ଖରିଫ ରୁତୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେଣୁ ସେମାନଙ୍କୁ ଉପଯୁକ୍ତ ଉପଦେଶ ଯୋଗାଇଦେବା ସର୍ବଶ୍ରେଷ୍ଠ ଅଟେ ଏବଂ ଆମେ ଚିନ୍ତା କରୁଅଛୁ ଯେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଏକ ମଂଚ ଯୋଗାଇଦେବା ସବୁଠାରୁ ଶ୍ରେଷ୍ଠ ହେବ ।” ଏହି ଜାତୀୟ ହେଲପଲାଇନ ପ୍ରତିଷ୍ଠା ଦ୍ୱାରା ଆମେ କୃଷକମାନଙ୍କର କୃଷି ସମ୍ବନ୍ଧିତ ସମସ୍ୟା ଗୁଡ଼ିକର ସମାଧାନର ସୁିଶ୍ଚିତତା ପାଇଁ ଲକ୍ଷ୍ୟ ରଖିଛୁ ।” ବୋଲି ଡା. କେସି ରବି, ଚିଫ ସଷ୍ଟେନବିଲିଟି ଅଫିସର, ସିଂଜେଟା ଇଣ୍ଡିଆ ଲିମିଟେଡ କହିଛନ୍ତି ।


Share It

Comments are closed.