ଓରିଫ୍ଲେମ୍ ପକ୍ଷରୁ ମ୍ୟାଗ୍ନେଟିଷ୍ଟା ଫ୍ରାଗ୍ରାନ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ସ୍ୱିଡିଜ୍ ପ୍ରତ୍ୟକ୍ଷ ବିକ୍ରି ବିୟୁଟି ବ୍ରାଣ୍ଡ ଓରିଫ୍ଲେମ୍‌, ସ୍ୱତନ୍ତ୍ର ଅଭିଜ୍ଞତା ପ୍ରଦାନ କରିବା ପାଇଁ ପ୍ରଗତିଶୀଳ ବିଜ୍ଞାନର ଉପଯୋଗ କରି ସର୍ବୋତମ ଉତ୍ପାଦ ସୃଷ୍ଟି କରିବାରେ ବିଶ୍ୱାସ ରଖେ । ଏହି ବ୍ରାଣ୍ଡ ପକ୍ଷରୁ ନିକଟରେ ଏକ ନୂତନ ଉତ୍ପାଦ ମ୍ୟାଗ୍ନେଟିଷ୍ଟା ଫ୍ରାଗ୍ରାନ୍ସର ଉନ୍ମୋଚନ କରାଯାଇଛି, ଯାହାକି ପୁରୁଷଙ୍କୁ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ଅନୁଭବ କରାଇବା ଲାଗି ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇଛି । ଏହାର ବଜାର ମୂଲ୍ୟ ୩୪୯୯ ଟଙ୍କା ରହିଥିବାବେଳେ ଗ୍ରାହକମାନେ ନିଜର ନିକଟସ୍ଥ ଓରିଫ୍ଲେମ୍ କନ୍‌ସଲ୍‌ଟାଂଟ୍‌ଙ୍କୁ ଯୋଗାଯୋଗ କରିପାରିବେ କିମ୍ବା ୦୧୧-୪୦୪୦୯୦୦୦/୬୬୨୫୯୦୦୦ରେ କଲ୍ କରିପାରିବେ ।
ଏହି ଫ୍ରାଗ୍ରାନ୍ସକୁ ଦୁଇଟି ମାଷ୍ଟର ପର୍‌ଫ୍ୟୁମର୍ସ ଏମିଲି କପର୍‌ମ୍ୟାନ୍ ଓ ଆଲିଏନୋର୍ ମାସେନେଟ୍‌ଙ୍କ ଦ୍ୱାରା ଡିଜାଇନ୍ ତଥା ପ୍ରସ୍ତୁତ କରାଯାଇଛି । ଏହି ଯୋଡି ଇନ୍ଦ୍ରିୟଗୁଡିକ ଉପରେ ଉତ୍ସାହଜନକ ପ୍ରଭାବ ପକାଇବା ପାଇଁ ପରିଚିତ ଏକ ଫୁଲ ପ୍ୟାସନ ଫ୍ଲାୱାର ଆକର୍ଡର ବ୍ୟବହାର ଏହି ଫ୍ରାଗ୍ରାନ୍ସକୁ ପ୍ରସ୍ତୁତ କରିଛନ୍ତି । ଏହି ଓରିଏଂଟାଲ ଫ୍ଲୋରାଲ ଫ୍ରାଗ୍ରାନ୍ସ ଡିୱି ନେରୋଲି ବ୍ଲସମ୍‌, ପିଙ୍କ୍ ପେପର୍‌, ବ୍ଲାକ୍ କରେଂଟ୍‌ର ସତେଜ ଅନୁଭବ ସହିତ ବ୍ଲୁମିଙ୍ଗ୍ ମସ୍କସ୍ ଓ ଭାନିଲାର ସମ୍ମୋହକ ଅନୁଭବ ମଧ୍ୟ ପ୍ରଦାନ କରୁଛି । ଏହି ନୂତନ ଉତ୍ପାଦର ଲଂଚ୍ ସମ୍ପର୍କରେ ମତ ରଖି ଓରିଫ୍ଲେମ୍ ସାଉଥ୍ ଏସିଆର ଆଂଚଳିକ ବିପଣନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ନବୀନ ଆନନ୍ଦ କହିଛନ୍ତି ଯେ, ମ୍ୟାଗ୍ନେଟିଷ୍ଟା ହେଉଛି ପ୍ରଥମ ଏଭଳି ଫ୍ରାଗ୍ରାନ୍ସ ଯାହାକି ପୁରୁଷଙ୍କୁ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ଅନୁଭବ କରାଇବା ପାଇଁ ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇଛି । ଏହି ମନମୁଗ୍ଧକାରୀ ଫ୍ରାଗ୍ରାନ୍ସ ମନୁଷ୍ୟର ଭାବନାକୁ ଜାଗ୍ରତ କରିବା, ମସ୍ତିଷ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ଓ ଆକର୍ଷଣର ସ୍ତରକୁ ତତ୍କାଳ ବୃଦ୍ଧି କରିବା ପାଇଁ ସ୍ନାୟୁ ବିଜ୍ଞାନ ଦ୍ୱାରା ପ୍ରମାଣିତ ହୋଇଛି । ଏହା ଏକ ପ୍ରିମିୟମ, ଅତ୍ୟଧିକ ବିସ୍ତାରିତ, ଦୀର୍ଘସ୍ଥାୟୀ ଓ ଆଧୁନିକ ସେଂଟ୍ ଅଟେ ।


Share It

Comments are closed.