କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ୍ ସେବାର ଶୁଭାରମ୍ଭ


ଭୁବନେଶ୍ୱର: ବର୍ତମାନ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଥିବାବେଳେ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ଟେଲିମେଡ଼ିସିନ୍ ସେବାର ଶୁଭାରମ୍ଭ କରାଯାଇଛି । ବର୍ତମାନ ପରିସ୍ଥିତିରେ ରୋଗୀମାନଙ୍କୁ ସହଜରେ ଡାକ୍ତରଙ୍କ ନିକଟରେ ପହଂଚାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ଡାକ୍ତରମାନେ ଫୋନ୍ ଯୋଗେ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେବା ପାଇଁ ନୂତନ ସେବାର ଆରମ୍ଭ କରଛନ୍ତି । ଏହି ହସ୍ପିଟାଲରେ ଏବେ ଟେଲିମେଡିସିନ୍ ସେବାର ଆରମ୍ଭ କରାଯାଇଛି, ଯାହାଫଳରେ ନିଜର ଅସୁସ୍ଥତା ସମ୍ପର୍କରେ ଜାଣିବାକୁ ଚାହୁଁଥିବା କିମ୍ବା ନିଜ ରୋଗର ଚିକିତ୍ସା ପାଇଁ ସହଯୋଗ ଆବଶ୍ୟକ କରୁଥିବା ରୋଗୀମାନେ ହସ୍ପିଟାଲକୁ କଲ୍ କରିପାରିବେ । ହସ୍ପିଟାଲ ପକ୍ଷରୁ ଆଜି ଏହି ସେବା ସମ୍ପର୍କରେ ଘୋଷଣା କରାଯାଇଛି । ହସ୍ପିଟାଲ କର୍ତୁପକ୍ଷଙ୍କ ସୂଚନା ଅନୁସାରେ, ଲକ୍‌ଡାଉନ୍ ସମୟରେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରୁଥିବା ଯେକୌଣସି ବ୍ୟକ୍ତି ହସ୍ପିଟାଲର ଯୋଗ୍ୟ ଡାକ୍ତରଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ । ନାଗରିକମାନେ ଏବେ ହସ୍ପିଟାଲର ଟୋଲ୍ ଫ୍ରି ନମ୍ବରରେ କଲ୍ କରି ବିଶେଷଜ୍ଞଙ୍କ ପରାମର୍ଶ ପାଇପାରିବେ ।
ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ମେଡିକାଲ ସୁପରିନ୍‌ଟେଣ୍ଡେଂଟ୍ ଡା. ମଞ୍ଜିନ୍ଦର ଭଟ୍ଟି କହିଛନ୍ତିଯେ, “ଲକ୍‌ଡାଉନ୍ ସମୟରେ ଏବେ ଅନେକ ରୋଗୀ ନିଜ ଡାକ୍ତରଙ୍କ ନିକଟରେ ପହଂଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନନ୍ତି । ବର୍ତମାନ ସମୟରେ ଅସୁସ୍ଥ ଥିବା ରୋଗୀମାନେ ଏହି ସମସ୍ୟା ଭୋଗୁଥିବା ବେଳେ ନିୟମିତ ଚେକ୍‌ଅପ୍ ବା ଫଲୋଅପ୍‌ର ଆବଶ୍ୟକ କରୁଥିବା ହୃଦ୍‌ରୋଗ, ମୂତ୍ରାଶୟ ସମସ୍ୟା, ଉଚ୍ଚରକ୍ତଚାପ ଓ ମଧୁମେହ ରୋଗୀଙ୍କ ଭଳି ରୋଗୀମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କର ନିୟମିତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ସୁସ୍ଥ ରହିବା ପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ରାଜ୍ୟର ରୋଗୀମାନଙ୍କୁ ବାଧାହୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଆମେ ଟେଲିମେଡିସିନ୍ ସେବାର ଆରମ୍ଭ କରିଛୁ ।”
ରାଜ୍ୟବ୍ୟାପୀ ନାଗରିକମାନେ ହସ୍ପିଟାଲର ଟୋଲ୍ ଫ୍ରି ନମ୍ବର ୧୮୦୦୫୭୨୪୦୦୦ରେ କଲ୍ କରିପାରିବେ । ଏଥିସହିତ ରୋଗୀମାନଙ୍କୁ ଟୋଲ୍ ଫ୍ରି ନମ୍ବର ଓ ଏକ ଅତିରିକ୍ତ ନମ୍ବର ୭୨୦୫୩୧୭୬୦୭ ମାଧ୍ୟମରେ ଡାକ୍ତରମାନଙ୍କ ସହ ଭିଡିଓ କନ୍‌ସଲ୍‌ଟେସନ୍‌ର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।
ରୋଗୀ ଏହି ନମ୍ବରରେ କଲ୍ କରିବା ମାତ୍ରେ ହସ୍ପିଟାଲର କର୍ମଚାରୀ ଡାକ୍ତରଙ୍କ ସହ ତାଙ୍କର ଏକ ଆପଏଂଟ୍‌ମେଂଟ୍ ଧାର୍ଯ୍ୟ କରିଥାନ୍ତି ଓ ସେମାନଙ୍କ ଆବଶ୍ୟକତା ମୁତାବକ ତାଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଇଥାନ୍ତି । ଅନେକ ରୋଗୀ ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅସୁସ୍ଥତା ପାଇଁ ପରାମର୍ଶ ନେବା ଲାଗି ଡାକ୍ତରଙ୍କ ନିକଟରେ ପହଂଚିପାରୁନଥିବା ସମୟରେ ହସ୍ପପିଟାଲ ପକ୍ଷରୁ ଏଭଳି ଏକ ସେବାର ଆରମ୍ଭ କରାଯାଇଛି ।
ହସ୍ପିଟାଲ କର୍ତୁପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ମୁତାବକ ରୋଗୀମାନେ ଏବେ ସୋମବାରରୁ ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଏହି ସେବାର ଉପଯୋଗ କରିପାରିବେ । ଡାକ୍ତରୀ ପରାମର୍ଶ ପାଇଁ ଉପଲବ୍ଧ ଥିବା ବିଭାଗଗୁଡିକ ମଧ୍ୟରେ କାର୍ଡିଓଲୋଜି, ଇଂଟର୍‌ନାଲ ମେଡିସିନ୍‌, ଜେନେରାଲ ସର୍ଜରୀ, ଅର୍ଥୋପେଡିକ୍ସ, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅବ୍‌ଷ୍ଟେଟ୍ରିକ୍ସ, ଗାଇନେକୋଲୋଜି, ୟୁରୋଲୋଜି, ପଲ୍‌ମୋନୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଆଦି ସାମିଲ ରହିଛି ।


Share It

Comments are closed.