ଗ୍ଲାଇଓମା କ’ଣ? ଏହାର କାରଣ, ଲକ୍ଷଣ ଓ ଏଥିପାଇଁ ଥିବା ଚିକିତ୍ସା ବିଷୟରେ ଜାଣନ୍ତ


ଗ୍ଲାଇଓମା ହେଉଛି ଏକ ପ୍ରକାରର ବ୍ରେନ୍ ଟ୍ୟୁମର, ଯାହା ମସ୍ତିଷ୍କର ସ୍ନାୟୁକୋଷ ଚାରିପଟେ ଥିବା ସହଯୋଗୀ କୋଷଗୁଡ଼ିକରେ ହୋଇଥାଏ । ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ କିଛି ଜଣାପଡ଼ିନାହିଁ ଓ ଏହାର କାରଣଗୁଡ଼ିକ ସମ୍ବନ୍ଧରେ ଅଧିକ ତଥ୍ୟ ନିମନ୍ତେ ଏବେ ଅନେକ ଗବେଷଣା ଚାଲିଛି । କିନ୍ତୁ ବିଶ୍ୱାସ କରାଯାଉଛି ଯେ, ଗ୍ଲାଇଓମା ସୃଷ୍ଟି ହେବା ପାଇଁ ପୁରୁଷ ଓ ମହିଳାଙ୍କଠାରେ ବିଭିନ୍ନ ବଂଶଗତ କାରଣ ରହିଛି । ଏହା ସମସ୍ତ ବୟସର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି କିଶୋରମାନେ ଏଥିରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି । ଆମେରିକାନ୍ କ୍ୟାନ୍ସର୍ ସୋସାଇଟି ଅନୁଯାୟୀ, ତିନି ପ୍ରକାରର ଗ୍ଲାଇଓମା ରହିଛି, ଯଥା- ଆଷ୍ଟ୍ରୋସାଇଟୋମାସ୍, ଇପେଣ୍ଡିମୋମାସ୍ ଓ ଓଲିଗୋଡେଣ୍ଡ୍ରୋଗ୍ଲାଇଓମାସ୍ ।
ଲକ୍ଷଣ:
ଗ୍ଲାଇଓମାର ଲକ୍ଷଣ ଏହାର ପ୍ରକାର, ଆକାର, ଅବସ୍ଥିତି ଓ ବୃଦ୍ଧି ହାର ଉପରେ ନିର୍ଭର କରେ । ତେବେ ଗ୍ଲାଇଓମାର କେତୋଟି ସାଧାରଣ ଲକ୍ଷଣ ନିମ୍ନରେ ପ୍ରଦାନ କରାଗଲା-
• ବ୍ରେନ୍ ଟ୍ୟୁମରର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ମୁଣ୍ଡବିନ୍ଧା । ସବୁବେଳେ ମୁଣ୍ଡ ବିନ୍ଧୁଥିଲେ ଆପଣ ବ୍ରେନ୍ ଟ୍ୟୁମର ହୋଇଥିବାର ଆଶଙ୍କା କରିପାରନ୍ତି ।
• ଗ୍ଲାଇଓମା ହେଲେ ଜଣେ ଲୋକ ବାରମ୍ବାର ତାହାର ସୃତିଶକ୍ତି ହରାଇଥାଏ ।
• ଏହି ଟ୍ୟୁମର ହୋଇଥିବା ଲୋକକୁ ଅଧିକାଂଶ ସମୟରେ ବାନ୍ତି ଉଠାଇଥାଏ ଅଥବା ବାନ୍ତି ହୋଇଥାଏ ।
• ଏଥିରେ ପିଡ଼ୀତ ଲୋକ ମୂତ୍ରକୁ ରୋକିବାରେ ସକ୍ଷମ ହୁଅନ୍ତି ନାହିଁ ।
• ଗ୍ଲାଇଓମା ରୋଗୀ ଦୃଷ୍ଟିଶକ୍ତିରେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।
• ଏହି ଟ୍ୟୁମର ହୋଇଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଇଥାଏ ।
• ରୋରୀଠାରେ ଭାଷାଗତ ସମସ୍ୟା ସୃଷ୍ଟି ହୋଇଥାଏ ।
• ବ୍ୟକ୍ତି ନିଜକୁ ନିୟନ୍ତ୍ରଣ ବା ସନ୍ତୁଳନ କରିବାରେ ସକ୍ଷମ ହୋଇ ନଥାଏ ।
• ଗ୍ଲାଇଓମା ରୋଗୀର ବୋଧଶକ୍ତିର ବିକାଶ ହୋଇ ନଥାଏ ।
ଚିକିତ୍ସା:
ଗ୍ଲାଇଓମାର ଚିକିତ୍ସା ଏହାର ଅବସ୍ଥିତି, ଆକାର ଓ ପ୍ରକାର ଉପରେ ନିର୍ଭର କରିଥାଏ । ଚିକିତ୍ସା ସମୟରେ ରୋଗୀର ସୟସକୁ ଧାରଣାରେ ନିଆଯାଇଥାଏ । ଗ୍ଲାଇଓମା ନିମନ୍ତେ ଏକାଧିକ ଚିକିତ୍ସାମାନ ରହିଛି, ଯେପରିକି ଅସ୍ତ୍ରୋପଚାର, ରେଡିଏସନ୍ ଥେରାପି, କେମୋ ଥେରାପି, ମଲିକୁଲାର୍ ଥେରାପି ଇତ୍ୟାଦି ।


Share It

Comments are closed.