ନୂଆ ବୟ ଫ୍ରେଣ୍ଡଙ୍କ ସହ ଡେଟ କରୁଛନ୍ତି ସୁସ୍ମିତା, କିଏ ସେ ବ୍ୟକ୍ତି ଆସନ୍ତୁ ଜାଣିବା


ବର୍ତ୍ତମାନ ବଲିଉଡ ସୁନ୍ଦରୀମାନେ ମଧ୍ୟରେ ତାଙ୍କ ଠାରୁ ବହୁ ସାନ ଯୁବକମାନଙ୍କ ପ୍ରତି ଆକର୍ଷିତ ହେବାର ଟ୍ରେଣ୍ଡ ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଏହି ଦୌଡରେ ପ୍ରିୟଙ୍କାଙ୍କ ନାମ ଆଗରେ ଥିବା ବେଳେ ଏହା ପରେ ପରେ ମଲାଇକା ଏବଂ ସୁସ୍ମିତା ସେନଙ୍କ ନାମ ଆସି ପହଞ୍ଚିଯାଇଛି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଏବଂ ପୂର୍ବତ୍ତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ ନିଜର ପ୍ରେମ ସଂପର୍କକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।
କିଛି ଦିନ ପୂର୍ବରୁ ସୁସ୍ମିତାଙ୍କୁ ତାଙ୍କର ନୂଆ ସାଥୀ ତଥା ମଡେଲର ରୋହମାନ ସ୍ୱାଲଙ୍କ ସହ ଏୟାରପୋର୍ଟରେ ଫଟୋ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ହେବ ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳୁଛି, ଯେଉଁଥିପାଇଁ ତାଙ୍କ ମଧ୍ୟ ଗଢିଉଠିଥିବା ସଂପର୍କକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ କିନ୍ତୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଏହି ସଂପର୍କ ସମ୍ବନ୍ଧରେ କିଛି ଖୋଲା ଖୋଲି କହିନାହାନ୍ତି ।

ମିଳିଥିବା ସୂଚନା ମୁତାବକ ରୋହମାନଙ୍କ ସହ ସୁସ୍ମିତାଙ୍କ ପ୍ରଥମ ସାକ୍ଷାତ ଏକ ଫେସନ ଇଭେଣ୍ଟରେ ହୋଇଥିଲା । ଏହା ପରେ ଉଭୟଙ୍କ ବନ୍ଧୁତ୍ୱ ବଢିଲା ଏବଂ ଏବେ ଉଭୟଙ୍କୁ ସବୁ ଜାଗାରେ ପ୍ରାୟ ଏକାଠି ଦେଖିବାକୁ ମିଳୁଛି । ଏହା ସହ ଶିଳ୍ପା ସେଟିଙ୍କ ଦୀପାବଳୀ ପାର୍ଟିରେ ମଧ୍ୟ ଉଭୟଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ଶିଳ୍ପା ସେଟି ନିଜ ଘରେ ଦିୱାଲୀ ଅବସରରେ ଏକ ପ୍ରି-ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ମଧ୍ୟ ଦେଖିବାକୁ ମଳିଥିଲା । ଏହି ପାର୍ଟିରେ ସୁସମିତା, ରୋହମାନଙ୍କ ହାତ ଧରି ଆସୁଥିବାର ନଜର ମଧ୍ୟ ସାମନାକୁ ଆସିଥିଲା ।
ସୁସ୍ମିତାଙ୍କୁ ବର୍ତ୍ତମାନ କୌଣସି ଫିଲ୍ମରେ ଦେଖିବାକୁ ମିଳୁନଥିବା ବେଳେ ଏବେ ତାଙ୍କୁ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ମଧ୍ୟ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ସୁସମିତା, ରୋହମାନଙ୍କ ସହ ୱାର୍କଆଉଟ କରୁଥିବାର ଫଟୋ ଇଷ୍ଟାଗ୍ରାମରେ ସେୟାର କରିଥିଲେ ।


Share It

Comments are closed.