ଖରାଦିନେ କିପରି କରିବେ ସନ ଟ୍ୟାନର ଉପଚାର


କର୍ମଜୀବୀ ମହିଳାଙ୍କ ପାଇଁ ଘଣ୍ଟା ଘଣ୍ଟା ପାର୍ଲରେ ବିତାଇବା ଖୁବ କଷ୍ଟକର । ତେଣୁ କିଛି ଘରୋଇ ଉପାୟରେ ମଧ୍ୟ ସନ ଟ୍ୟାନର ଉପଚାର କରାଯାଇପାରିବ । ସନ ଟ୍ୟାନ ଶରୀରରେ ମୁହଁ, ହାତ ଏବଂ ଗୋଡରେ ବିଶେଷ ଭାବେ ଦେଖାଯାଇଥାଏ ।

ଆସନ୍ତୁ ଜାଣିବା ସନ ଟ୍ୟାନରୁ ଉପଶମ ପାଇବାର କିଛି ଘରୋଇ ଉପଚାର ।

୧. ଦୁଇ ଚାମଚ ମୁଲତାନି ମାଟି ସହିତ ଏକ ଚାମଚ ଟମାଟର ରସ, ୩ ଚାମଚ ଦହି ଏବଂ ୧ ଚାମଚ ଖିର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ହାତ , ଗୋଡ, ମୁହଁ ଏବଂ ବେକରେ ଭଲ ଭାବେ ଲଗାଇ ୫ରୁ ୭ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।  ଏହା ପରେ ଭଲ ଭାବେ ଧୋଇ ଦିଅନ୍ତୁ ।
୨. ରାତିରେ ଶୋଇବା ଆଗରୁ ଗୋଟିଏ ଚାମଚ ଟାମଟର ରସକୁ ମୁହଁରେ ଲଗାଇ ଶୁଅନ୍ତୁ ଏବଂ ସକାଳୁ ଉଠି ଅଳ୍ପ ଉସୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପରି ସବୁଦିନ କରିବା ଦ୍ୱାରା ଆପଣ ସନ ଟ୍ୟାନରୁ ଉପଶମ ପାଇ ପାରିବେ ।
୩. ପ୍ରତିଦିନ ମୁହଁ କିମ୍ବା ହାତ ଗୋଡରେ କ୍ଷୀରର ଲେପ ଲଗାଇବା ଦ୍ୱାରା ସନ ଟ୍ୟାନରୁ ଉପଶମ ମିଳିପାରିବ ।
୪. ଏକ ଚାମଚ ଦହି ସହିତ ଦୁଇ ଚାମଚ ଚମାଟର ରସର ମିଶ୍ରଣ ପ୍ରସ୍ତୁତ କରି ମୁହଁ  ହାତ ଏବଂ ଗୋଡରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।

Share It

Comments are closed.