ସୁପ୍ରିମକୋର୍ଟଙ୍କ ନିର୍ଦେଶ – କୌଣସି ରାଜ୍ୟ କୋଭିଡ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବେ ନାହିଁ


କରୋନା ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ରାଜ୍ୟ କୋଭିଡ -୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବେ ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ପୂର୍ବରୁ ସେପରି କିଛି କୁହାଯାଇ ନାହିଁ। ପୋଷ୍ଟର ଲଗାଇବା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗାଇଡଲାଇନ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀ ଏହା ପାଇଁ ନିର୍ଦ୍ଦେଶନାମା ଜାରି କଲେ ହିଁ ରାଜ୍ୟ ଏଭଳି ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇପାରିବ।


Share It

Comments are closed.