କୃଷି ବିଲକୁ ନେଇ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲଙ୍କ ସମେତ ୫ ବିରୋଧୀ ଦଳ ନେତା


ଦେଶରେ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରହିଛି । ବିରୋଧୀ ଦଳ ମଧ୍ୟ କୃଷକଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ବୁଧବାର ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏନେଇ ଅବଗତ କରିବେ । ଏନସିପି ନେତା ଶରଦ ପାଓ୍ୱାରଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ବାମଦଳ ନେତା ମଧ୍ୟ ରାଷ୍ଚ୍ରପତିଙ୍କୁ ଭେଟିବେ । ସିପିଆଇ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ, କୋଭିଡ-୧୯ କଟକଣା ପାଇଁ କେବଳ ୫ ନେତା ରାଷ୍ଟ୍ରପତିଙ୍କୁ ଭେଟିବେ । ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ କୃଷି ଆଇନକୁ ନେଇ ସାମୁହିକ ଭାବେ ନିଜର ରଣନୀତି ପ୍ରସ୍ତୁତ କରିବେ ।

ଏନସିପି ନେତା ଶରଦ ପାଓ୍ୱାର ୟୁପିଏ ଶାସନ ସମୟରେ ଦେଶର କୃଷିମନ୍ତ୍ରୀ ଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଚିଠି ଲେଖି ସଫେଇ ଦେଇଥିଲେ । ପାଓ୍ୱାର କହିଥିଲେ ଯେ, ସେ କେବେ କହି ନାହାଁନ୍ତି ଯେ ଚିଠି ଲେଖି ନାହାଁନ୍ତି । ସେ ଏମଏସପିରେ ସାଧାରଣ ସଂଶୋଧନ ପାଇଁ ଦାବି କରିଥିଲେ । କିନ୍ତୁ ବିଜେପିର କୃଷି ଆଇନରେ ଏମଏସପି ବାବଦରେ କଛି କୁହାଯାଇ ନାହିଁ । ବିଜେପି ଏହି ପତ୍ର ଜରିଆରେ ଧ୍ୟାନ ହଟାଇବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।


Share It

Comments are closed.