ନିଜ ଦଳକୁ ପୁଣି ଫେରିପାରନ୍ତି ଯୁବରାଜ, ସନସ୍ୟା ଉଠାଇବା ପାଇଁ କରୁଛନ୍ତି ଚିନ୍ତା


ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଫେରିବେ କି  ଭାରତର ଷ୍ଟାର କ୍ରିକେଟର ଓ ଅଲରାଉଣ୍ଡର ଯୁବରାଜ ସିଂ ? ପଞ୍ଜାବ କ୍ରିକେଟ ଆସୋସିଏସନ୍ (ପିସିଏ) ପକ୍ଷରୁ ଯୁବରାଜ୍ ସିଂଙ୍କୁ ଖାସ ଅନୁରୋଧ କରାଯାଇଛି । ପିସିଏ ୩୮ ବର୍ଷୀୟ ଯୁବରାଜଙ୍କୁ ସନ୍ୟାସ ନେବାର ନିଷ୍ପତ୍ତି ଫେରାଇ ନେଇ ରାଜ୍ୟର ଟିମ୍ ଖେଳାଳି ଓ ମେଣ୍ଟର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବରାଜ କୌଣସି ଉତ୍ତର ଦେଇନାହାନ୍ତି। ପିସିଏ ସଚିବ ପୁନିତ ବାଲି କହିଛନ୍ତି, ଯୁବରାଜ ପୂର୍ବରୁ ଶୁଭମନ ଗିଲଙ୍କ ସହିତ କିଛି ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରୁଛନ୍ତି। ବାମ ହାତର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଓ ଅଲରାଉଣ୍ଡ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ପୁନିତ କହିଛନ୍ତି, ଆମେ ୫-୬ ଦିନ ପୂର୍ବରୁ ଯୁବରାଜଙ୍କୁ ଅନୁରୋଧ କରିଥିଲୁ। ଏବେ ତାଙ୍କର ଜବାବ ପାଇବାକୁ ଅପେକ୍ଷା କରିଛୁ। ଯଦି ସେ ମାନିନିଅନ୍ତି ତେବେ ପଞ୍ଜାବ କ୍ରିକେଟ ପାଇଁ ଏହା ଖୁବ୍ ଭଲ ହେବ। ଯୁବରାଜ ଗତ ବର୍ଷ କ୍ରିକେଟକୁ ଅଲବିଦା କରିଦେଇଥିଲେ। ଉଲ୍ଲେଖନୀୟ ଯେ, ୨୦୧୯ ବିଶ୍ୱକପ୍‌ ଟିମରେ ଯୁବରାଜଙ୍କୁ ଚୟନ କରାଯାଇନଥିଲା। ସେ ଏହାପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ। ଏହାପରେ ସେ ବିଦେଶରେ ଲିଗ୍ ଖେଳିଥିଲେ।


Share It

Comments are closed.