ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଯଜ୍ଞ କଲେ ବାବା ରାମଦେବ, ଭିଡିଓ ଭାଇରାଲ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ସମାଧାନ ହୋଇପାରି ନାହିଁ। ଏହି ଘଟଣାକୁ ଦୁଇ ମାସରୁ ଅଧିକ ସମୟ ବିତିସାରିଛି, କିନ୍ତୁ ଏହାପରେ ବି ସବୁପ୍ରକାର ଥିଓରି ଏହି ମାମଲାରେ ସାମନାକୁ ଆସୁଛି ଓ ଏହି କେସରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଏବେ ବାବା ରାମଦେବ ଏହି ମାମଲାରେ ଏକ ଟୁଇଟ୍ କରିଛନ୍ତି ଓ ସୁଶାନ୍ତ ଏବଂ ତାଙ୍କର ପରିବାର ଲୋକଙ୍କୁ ନ୍ୟାୟ ମିଳିବା ନେଇ ଆଶା ପ୍ରକାଶ କରିଛନ୍ତି। ବାବା ରାମଦେବ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ରାମଦେବଙ୍କ ସହିତ କିଛି ଲୋକ ଏହି ଯଜ୍ଞ କରୁଥିବାର ଦେଖିପାରିବେ। ଏହି ଭିଡିଓର କ୍ୟାପସନରେ ବାବା ରାମଦେବ ଲେଖିଛନ୍ତି, ମୁଁ ଶ୍ରୀ ସୁଶାନ୍ତଜୀଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲି, ତାଙ୍କର କଷ୍ଟ ଶୁଣି ମୋର ଆତ୍ମା ଥରି ଉଠିଲା, ଆମେ ସମସ୍ତେ ପତଞ୍ଜଳିରେ ସେହି ଦିବଂଗତ ଆତ୍ମା ପାଇଁ ପ୍ରାର୍ଥନା କରୁଛୁ, ସୁଶାନ୍ତ ଓ ତାଙ୍କର ପରିବାର ଲୋକଙ୍କୁ ନ୍ୟାୟ ମିଳୁ।

ଉଲ୍ଲେଖନୀୟ ଯେ, ସୁଶାନ୍ତ ୧୪ ଜୁନରେ ବାନ୍ଦ୍ରାରେ ନିଜର ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହି ମାମଲାକୁ ଶେଷ କରିବାକୁ ଚେଷ୍ଟା କରୁଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ ତାଙ୍କ ବାପା କେ​‌କେ ସିଂ ବିହାରରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିତିଲେ ଓ ତାଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କରିଥିଲେ। ଏହାପରଠାରୁ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ଭିତରେ ବିବାଦ ଦେଖିବାକୁ ମିଳିଥିଲା। ଏହାଛଡା ବିଜେପି ଓ ଶିବସେନା ନେତାଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେଭଳି ସୁଶାନ୍ତଙ୍କ ପରିବାର ଓ ତାଙ୍କର ଫ୍ୟାନ୍ସ ଲଗାତାର ଭାବରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଛନ୍ତି।


Share It

Comments are closed.