ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ୫ଟି ସଚିବ ପାଣ୍ଡିଆନ


୭୪ତମ ସ୍ୱାଧୀନତା ଦିବସ ଉତ୍ସବ କୋଭିଡ୍ କଟକଣା ଭିତରେ ଆଜି ପାଳିତ ହୋଇଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ତେବେ ସବୁଥର ଅପେକ୍ଷା ଏଥର ଉତ୍ସବ ଟିକେ ଭିନ୍ନ ରହିଥିଲା। କାରଣ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାରୋହ ସ୍ଥଳକୁ ନିଜେ କାର ଚଲାଇ ଆଣିଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍। ଚଳିତ ବର୍ଷ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ପାଳନ ପାଳନ ହୋଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସଚିବଙ୍କ ସାଙ୍ଗରେ ଆସିବାର ନିଷ୍ପତ୍ତି ନେଇଥିଲେ। ଏଭଳି କରି ମୁଖ୍ୟମନ୍ତ୍ରୀ କରୋନା କାଳରେ ବରିଷ୍ଠ ନାଗରିକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରାଣଘାତୀ କରୋନା ଭାଇରସ କବଳରୁ ବରିଷ୍ଠ ନାଗରିକଙ୍କୁ ସବୁଠାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହା ସହିତ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଅଧିକ ବିପଦ ରହିଛି।

ଏଭଳି ଏକ ଖରାପ ସ୍ଥିତିରେ ​କୋଭିଡ ନିୟମ ତଥା କଟକଣାକୁ ପାଳନ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଏକ ଉଦାହରଣ ରଖିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଚାଳକ ହୋଇ ଏହି ବରିଷ୍ଠ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଧୀନତା ଦିବସ ସମାରୋହ ସ୍ଥଳକୁ ଆଣି ନିଜର ବିନମ୍ରତା ସ୍ୱଭାବକୁ ମଧ୍ୟ ଦର୍ଶାଇଛନ୍ତି।


Share It

Comments are closed.