ବହୁ ଚର୍ଚ୍ଚିତ ସୋ’ ‘ଗୁଲ୍ଲକ୍‌’ର ୨ୟ ସିଜନ୍‌କୁ ନେଇ ପୁଣି ଫେରିଛି ସୋନି ଲିଭ୍‌


ଭୁବନେଶ୍ୱର: ୯.୧ ଆଇଏମ୍‌ଡିବି ରେଟିଙ୍ଗ୍ ସହିତ ଗୁଲ୍ଲକ୍ ସିଜନ୍ ୧ ଏହାର ସୁକଳ୍ପିତ ଚରିତ୍ର, ବହୁମୂଖୀ ପ୍ରଦର୍ଶନ ଓ ଅତୁଳନୀୟ ନିର୍ଦ୍ଦେଶନା ପାଇଁ ଅନେକ ପ୍ରଶଂସା ସାଉଁଟିଥିଲା । ସୋନି ଲିଭ୍ ଏବେ ପୁଣିଥରେ ଏହି ସୋ’ର ନୂତନ ସିଜନରେ ଏକାଧିକ ‘ନୟେ କିସ୍‌ସେ’ ଆଣିବାକୁ ପ୍ରସ୍ତୁତ ହୋଇଛି, ଯାହାକି ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସିଜନ ହେଉଛି ଏହି ଅସାଧାରଣ ପରିବାରର ସାଧାରଣ ଉତ୍‌ଥାନ ଓ ପତନର ଏକ ଝଲକ, ଯାହା ସୁନେଲି ସ୍ମୃତି ଗୁଡିକରେ ସେମାନଙ୍କର ଗୁଲ୍ଲକ୍‌କୁ ଭରିଦେଇଥାଏ । ପିଗି ବ୍ୟାଙ୍କର ଦୃଷ୍ଟିକୋଣରୁ ବର୍ଣ୍ଣିତ ଏହି ଶୋ’ ଦୈନନ୍ଦିନ ଜୀବନରୁ କାହାଣୀର ଏକ ଅଦ୍ଭୁତପୂର୍ଣ୍ଣ ଶୈଳୀରେ ବୁଣାଯାଇଥିବା ଉପନ୍ୟାସକୁ ସାମ୍ନାକୁ ଆଣିଥାଏ । ଟିଭିଏଫ୍ ଦ୍ୱାରା ପ୍ରାୟୋଜିତ, ଗୁଲ୍ଲକ ୨ ମିଶ୍ରା ପରିବାରର ଅସଜଡା ବାସ୍ତବତା ଓ ସମ୍ପର୍କଗୁଡିକୁ ଅଧିକ ଆବିଷ୍କାର କରିବ, ଯେଉଁମାନଙ୍କ ପାଇଁ ଏକତ୍ୱ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ଘରର ଛୋଟିଆ ସୀମା ମଧ୍ୟରେ ସେମାନଙ୍କ ଜୀବନ ଭାବନା, ଯୁକ୍ତି ଓ ହସର ମିଶ୍ରଣଠାରୁ କିଛି କମ୍ ନୁହେଁ । ପଲାସ ବାସୱାନିଙ୍କ ଦ୍ୱାରା ନିର୍ଦ୍ଦେଶିତ ଗୁଲ୍ଲକ ସିଜନ ୨ ଉତର ଭାରତର ପୃଷ୍ଠଭୂମିରେ ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଜମିଲ ଖାନ୍‌, ଗୀତାଞ୍ଜଳି କୁଲ୍‌କର୍ଣ୍ଣି, ସୁନିତା ରାଜୱର, ହର୍ଷ ମାୟର ଓ ବୈଭବ ରାଜ ଗୁପ୍ତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
ଏହି ସୋ’ ସମ୍ପର୍କରେ ସୋନି ପିକ୍‌ଚର୍ସ ନେଟ୍‌ୱର୍କ ଇଣ୍ଡିଆର ଡିଜିଟାଲ ବିଜ୍‌ନେସର କଂଟେଂଟ୍ ସେଟ୍ ବିଭାଗର ମୁଖ୍ୟ, ଆଶିଷ ଗୋଲୱାଲ୍‌କର କହିଛନ୍ତି, \”ଦର୍ଶକଙ୍କ ମଧ୍ୟରେ ଗୁଲ୍ଲକର ଉଲ୍ଲେଖନୀୟ ପ୍ରତିକ୍ରିୟା ଆମକୁ ଏହାର ସିଜନ ୨ ସହିତ ଆସିବା ପାଇଁ ଅଧିକ ପ୍ରୋତ୍ସାହିତ କରିଥିଲା । ଏହି ଶୋ’ ଏକାଧିକ ପ୍ରତିଭାବାନ ଅଭିନେତାଙ୍କ ଯୋଗୁଁ ମଧ୍ୟ ଲାଭାନ୍ୱିତ ହୋଇଥିଲା । ଏହି ନୂତନ ସିଜନ ସହିତ ଆମେ ଏହି ଶୋ’ ସଫଳତା ପାଇବ ଏବଂ ସମସ୍ତଙ୍କ ପାଇଁ ଏକ ଆନନ୍ଦଦାୟକ ନୂତନ ବର୍ଷର ଆରମ୍ଭ କରିବ ବୋଲି ଆଶା ରଖିଛୁ । ସେହିପରି ଟିଭିଏଫ୍‌ର ପ୍ରଡ୍ୟୁସର ଓ ଫାଉଣ୍ଡର ଅରୁନଭ କୁମାର କହିଛନ୍ତି, ଗୁଲ୍ଲକ ଏକ ଉତର ଭାରତୀୟ ମଧ୍ୟବିତ ପରିବାରର ସୌନ୍ଦଯ୍ୟତା, ହାସ୍ୟରସ ଓ ସରଳତାକୁ ପ୍ରଦର୍ଶିତ କରୁଛି ଯାହାକି ସିଜନ ୧ରେ ସମସ୍ତଙ୍କ ସହିତ ଜଡିତ ହୋଇପାରିଥିଲା । ୨୦୨୧ରେ ଏହା ଆମର ପ୍ରଥମ ପଦକ୍ଷେପ, ଯାହାକୁ ଲକ୍‌ଡାଉନ ମଧ୍ୟରେ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି । ସୋନି ଲିଭ୍‌ର ଏହି ହୃଦୟସ୍ପର୍ଶୀ ଶୋ’ରୁ ୨ୟ ସିଜନ୍‌କୁ ଦର୍ଶକଙ୍କୁ ଦେଖାଇବା ପାଇଁ ଆମେ ଉତ୍ସାହିତ ରହିଛୁ ।\’


Share It

Comments are closed.