ଏୟାରଟେଲ ଗ୍ରାହକଙ୍କ ପାଇଁ ମାତ୍ର ୮୯ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଆମାଜନ ପ୍ରାଇମ ଭିଡିଓ ମୋବାଇଲ ଏଡିସନ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଆମାଜନ ସହବନ୍ଧିତାରେ, ଭାରତରେ ଏକ ଏକ୍ସକ୍ଲୁସିଭ ପ୍ରାଇମ ଭିଡିଓ ମୋବାଇଲ ଏଡିସନ ପ୍ଲାନର ଶୁଭାରମ୍ଭ କରାଯାଇଛି । ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୮୯ଟଙ୍କା ରହିଛି । ଏହା ଏକ ସିଙ୍ଗଲ ୟୁଜର ମୋବାଇଲ ଓନ୍‌ଲି ପ୍ଲାନ ଅଟେ ଏବଂ ଏଥିରେ ଏୟାରଟେଲ ଗ୍ରାହକମାନେ ଆମାଜନ ପ୍ରାଇମ ଭିଡିଓଗୁଡ଼ିକୁ ଏସ୍‌ଡି କ୍ୱାଲିଟିରେ ଷ୍ଟ୍ରିମ କରିପାରିବେ । ଏହି ପ୍ରାଇମ ଭିଡିଓ ମୋବାଇଲ ଏଡିସନ ଶୁଭାରମ୍ଭର ଅଂଶ ଭାବେ ବଣ୍ଡଲ ପ୍ରି-ପେଡ ପ୍ୟାକର ସମସ୍ତ ଏୟାରଟେଲ ଗ୍ରାହକମାନେ ଏକ ୩୦ ଦିନର ମାଗଣା ଟ୍ରାଏଲ ପାଇପାରିବେ । ଏଥିପାଇଁ ସେମାନଙ୍କୁ କେବଳ ନିଜର ମୋବାଇଲ ନମ୍ବର ବ୍ୟବହାରକରି ଏୟାରଟେଲ ଥ୍ୟାଙ୍କସ ଆପ୍‌ରୁ ଆମାଜନରେ ସାଇନ୍ ଅପ୍ କରିବାକୁ ପଡ଼ିବ ।
୩୦ ଦିନର ଏହି ମାଗଣା ଟ୍ରାଏଲ ପରେ ପ୍ରାଇମ ଭିଡିଓ ମୋବାଇଲ ଏଡିସନକୁ ଜାରି ରଖିବାକୁ ହେଲେ ଗ୍ରାହକମାନେ ମାତ୍ର ୮୯ଟଙ୍କାରୁ ଆରମ୍ଭ ହେଉଥିବା ପ୍ରିପେଡ ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତର ପ୍ରାଇମ ଭିଡିଓ ମୋବାଇଲ ଏଡିସନ ସମେତ ୬ଜିବି ଡାଟା ପାଇପାରିବେ । ଏହା ବ୍ୟତୀତ ଗ୍ରାହକମାନେ ୨୮ ଦିନର ଭାଲିଡିଟିର ଏକ ୨୯୯ଟଙ୍କା ପ୍ୟାକ ମଧ୍ୟ ଚୟନ କରିପାରିବେ ଯେଉଁଥିରେ ପ୍ରାଇମ ଭିଡିଓ ମୋବାଇଲ ଏଡିସନ ସହିତ ଅନ୍‌ଲିମିଟେଡ୍ କଲ୍ ଏବଂ ଦୈନିକ ୧.୫୦ ଜିବିର ଡାଟା ପାଇପାରିବେ । ଏଥିସହ ସମସ୍ତ ଆମାଜନ ପ୍ରାଇମ ଭିଡିଓ ଲାଭ ପାଇବା ପାଇଁ ଗ୍ରାହକଙ୍କ ପାଖରେ ୧୩୧ଟଙ୍କା ପ୍ଲାନର ବିକଳ୍ପ ମଧ୍ୟ ରହିଛି ଯାହାକି ୩୦ ଦିନର ବୈଧତା ସହିତ ଆସୁଛି । ସେହିଭଳି ଏକ ୩୪୯ଟଙ୍କାର ପ୍ରି-ପେଡ ବଣ୍ଡଲରେ ଆମାଜନ ପ୍ରାଇମ ମେମ୍ବରସିପ ଲାଭ ସହିତ ଆସୁଛି । ଏହି ପ୍ଲାନ ୨୮ ଦିନ ଭାଲିଡିଟି, ମାଗଣା କଲିଙ୍ଗ ଏବଂ ୨ଜିବି ଡାଟା ସହିତ ଆସୁଛି । ଏହି ରିଚାର୍ଜ ଏୟାରଟେଲ ଥ୍ୟାଙ୍କସ ଆପ୍ କିମ୍ବା ସାରା ଦେଶର ଲକ୍ଷ ଲକ୍ଷ ରିଚାର୍ଜ ପଏଂଟରେ ଉପଲବ୍ଧ ହେବ ।
ଏହି ଶୁଭାରମ୍ଭ ସମ୍ପର୍କରେ ଆମାଜନ ପ୍ରାଇମ ଭିଡିଓ ୱାଲର୍ଡୱାଇଡ, ଉପାଧ୍ୟକ୍ଷ ଶ୍ରୀ ଜୟ ମାରାଇନ କହିଛନ୍ତି ଯେ, “ପ୍ରାଇମ ଭିଡିଓ ମୋବାଇଲ ଏଡିସନର ଶୁଭାରମ୍ଭ ସହିତ ଆମେ ଆମର ସ୍ୱତନ୍ତ୍ର ଏବଂ ଅରିଜିନାଲ କଂଟେଟ ସହିତ ପ୍ରତ୍ୟେକ ଭାରତୀୟଙ୍କୁ ମନୋରଞ୍ଜିତ କରିବାକୁ ଚାହୁଁଛୁ ।” ସେହିଭଳି ଭାରତୀ ଏୟାରଟେଲର ଚିଫ ମାର୍କେଟଙ୍ଗ ଅଫିସର ଶ୍ରୀ ଶାସ୍ୱତ ଶର୍ମା ମଧ୍ୟ ଆମାଜନର ସହବନ୍ଧିତାରେ ଏୟାରଟେଲ ଗ୍ରାହକଙ୍କ ପାଇଁ ପ୍ରାଇମ ଭିଡିଓ ମୋବାଇଲ ଏଡିସନର ମନୋରଞ୍ଜନ ନେଇ ଆସିଥିବା ନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ।


Share It

Comments are closed.