ସୋନୀ ପକ୍ଷରୁ ଏହାର ଦୁଇଟି ନୂଆ ଉତ୍ପାଦର ଶୁଭାରମ୍ଭ


ଭୁବନେଶ୍ୱର : ସୋନୀ ପକ୍ଷରୁ ଆଜି ଏହାର ଦୁଇଟି ମିରର ଲେସ କ୍ୟାମେରା ଅଲଫା ୬୬୦୦ ଏବଂ ଅଲଫା ୬୧୦୦ର ଶୁଭାରମ୍ଭ କରାଯାଇଛି । ଏହି ନୂତନ ଅଲଫା ୬୬୦୦ ସବୁଠାରୁ ଅଧିକ ଚାହୁଁଥିବା ଫଟୋଗ୍ରାଫର ଏବଂ ଭିଡିଓ ନିର୍ମାତାଙ୍କ ଆବଶ୍ୟକତାକୁ ନିଜର ବହୁମୁଖୀତା ସହ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା କି ବିଭିନ୍ନ ପ୍ରକାରର ସୁଟିଂ ପରିସ୍ଥିତି ଏବଂ ବ୍ୟବହାରକାରୀଙ୍କ ପାଇଁ ଉପଯୋଗୀ ହୋଇପାରିବ । ସେହିଭଳି ଆଲଫା ୬୧୦୦ ସେହି ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଇଣ୍ଟରଚେଞ୍ଜେବୁଲ ଲେନ୍ସ କ୍ୟାମେରା ସହ ବିଭିନ୍ନ ପରିସ୍ଥିତିରେ ସୁଟିଙ୍ଗ ଏବଂ ଉତ୍ତମ ମାନର ଫଟୋ ଓ ଭିଡିଓ ସୁଟ କରିପାରିବେ ।
ଏହି ଦୁଇଟି ଏପିଏସ-ସି ମିରରଲେସ କ୍ୟାମେରାର ଶୁଭାରମ୍ଭ ସହ ସୋନି ପକ୍ଷରୁ ଏହାର ଇ-ମାଉଣ୍ଟର ଲାଇନ ଅଫ ପାଇଁ ଜି ଲେନ୍ସ ସିରିଜରେ ଦୁଇଟି ନୂଆ ଏପିଏସ-ସି ଜୁମ ଲେନ୍ସର ମଧ୍ୟ ଘୋଷଣା କରାଯାଇଥିବାବେଳେ ଏଥିରେ ଇ ୧୬-୫୫ଏମଏମ ଏଫ୨.୮ ଜି ଷ୍ଟାଣ୍ଡାର୍ଡ ଜୁମ ଲେନ୍ସ ଏବଂ ଇ ୭୦-୩୫୦ଏମଏମ ଏଫ୪.୫-୬.୩ ଜି ଓଏସଏସ ସୁପର ଟେଲିଫଟୋ ଜୁମ ଲେନ୍ସ ସାମିଲ ରହିଛି ।
ତେବେ ଏହି ଅବସରରେ ସୋନୀ ଇଣ୍ଡିଆର ଡିଜିଟାଲ ଇମେଜିଂ ଡିଭିଜନର ପ୍ରମୁଖ ଶ୍ରୀ ହିରୋୟୁକି ଟୋକୁନୋ କହିଛନ୍ତି ଯେ, “ଆମର ‘ୱାନ ମାଉଣ୍ଟ’ କୌଶଳ ନିରବଚ୍ଛିନ୍ନ ଭାବରେ ଇ-ମାଉଣ୍ଟ ସିଷ୍ଟମ, କ୍ୟାମେରା ଏବଂ ଲେନ୍ସକୁ ଫୁଲଫ୍ରେମ ଓ ଏପିଏସ-ସି ମଧ୍ୟରେ ସମ୍ପୂର୍ଣ୍ଣ ଆନ୍ତଃ ଅନୁକୁଳତା ସହ ପ୍ରସାରିତ କରିଥାଏ । ଏହାର ଅର୍ଥାତ ହେଉଛି ଆମେ ଗ୍ରାହକମାନଙ୍କୁ ଚୟନ କରିବା ପାଇଁ ଆକର୍ଷଣକାରୀ ଉତ୍ପାଦର ବ୍ୟାପକ ଶୃଙ୍ଖଳ ଦେଇଥାଉ, ଯାହା ଦ୍ୱାରା ସେମାନେ ନିଜର ଆବଶ୍ୟକତା ନିମନ୍ତେ ଉପଯୁକ୍ତ ସାଧନ ବାଛିପାରିବେ । ”
ନୂତନ ଅଲଫା ୬୬୦୦ ଏବଂ ଅଲଫା ୬୧୦୦ର କେନ୍ଦ୍ରରେ ଗୋଟିଏ ୨୪.୨ଏମପି ଏକ୍ସମୋର ସିଏମଓଏସ ଇମେଜ ସେନସର, ସଦ୍ୟତମ ବାୟୋନିଜ ଏକ୍ସ ଇମେଜ ପ୍ରୋସେସର ଏବଂ ଫ୍ରଣ୍ଟ-ଏଣ୍ଡ ଏଲଏସଆଇ ଫୁଲ-ପ୍ରେମ କ୍ୟାମେରା ସହ କାର୍ଯ୍ୟକାରୀ ହୋଇଥାଏ ।


Share It

Comments are closed.