ସୋନି X1TM ଅଲ୍ଟିମେଟ୍ 4K HDR ପିକ୍‌ଚର ପ୍ରସେସର୍ ସହିତ ବ୍ରାଭିଆ OLED TV A8Hର ଶୁଭାରମ୍ଭ


ଭୁବନେଶ୍ୱର : ସୋନୀ ଆଜି ଏହାର 4K HDR OLED ଟେଲିଭିଜନ୍‌ର A8H ସିରିଜ୍ ଭାରତରେ ଶୁଭାରମ୍ଭ କରୁଛି । ଏହି4K HDR OLED ଟିଭିରେ ଥିବା ଉଚ୍ଚ କ୍ଷମତା ବିଶିଷ୍ଟ ପ୍ରୋସେସର୍ ଏକ ଚମତ୍କାର ୱାନ୍ ସ୍ଲେଟ୍ ଡିଜାଇନ୍‌ରୁ ଧ୍ୱ୍ୱନୀ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟରେ ଏକ ଚମତ୍କାର ଛବି ସୃଷ୍ଟି କରେ ।

ସବୁଠାରୁ ଶକ୍ତିଶାଳୀ 4K HDR ପିକ୍‌ଚର୍ ପ୍ରୋସେସର୍ X1™ଅଲ୍ଟିମେଟ୍ ସହିତ ସର୍ବୋତମ ପିକ୍‌ଚର୍ କ୍ୱାଲିଟି ଏବଂ କଂଟ୍ରାଷ୍ଟ ଉପଭୋଗ କରନ୍ତୁ । ଏହି A8HOLED ଟିଭି ଅତ୍ୟନ୍ତ ପତଳା ଚେହେରାରେ 164 cm (65) ରେ ଉପଲବ୍ଧ । ଏହି ଟିଭିରେ ସେଲ୍ଫ ଇଲ୍ୟୁମିିନେଟିଂ ପିକ୍ସେଲ୍ ରହିଛି ଯାହା ଅବିକଳ ଏବଂ ଏକକ ଭାବରେ ଭାବରେ X1™ ଅଲ୍ଟିମେଟ୍ ପିକ୍‌ଚର୍ ପ୍ରୋସେସର୍ ଦ୍ୱାରା ନିୟନ୍ତ୍ରିତ ହୁଏ । ଏହା ସତେଜ, ଉଚ୍ଚ-କଂଟ୍ରାଷ୍ଟ ଏବଂ ଜୀବନ୍ତ ଛବି ପ୍ରଦାନ କରିଥାଏ । ଏହି ପ୍ରୋସେସର୍ ଚମତ୍କାର ଗ୍ରହଣୀୟତା ପ୍ରଦର୍ଶନ କରି ଏସ୍‌ଡି (ଷ୍ଟାଣ୍ଡାର୍ଡ ଡେଫିନିସନ୍‌) ଏବଂ ଏଚ୍‌ଡି (ହାଇ ଡେଫିନିସନ୍‌)କୁ ପ୍ରାୟ 4K ଛବି ମାନ ପର୍ଯ୍ୟନ୍ତ ବର୍ଦ୍ଧିତ କରିପାରେ । ସୋନିର ପିକ୍ସେଲ୍ କଂଟ୍ରାଷ୍ଟ ବୁଷ୍ଟର୍‌, ଟେକ୍ନୋଲୋଜି ଦ୍ୱାରା ବର୍ଦ୍ଧିତ ସ୍ପଷ୍ଟତା, ରଙ୍ଗ ଏବଂ କଂଟ୍ରାଷ୍ଟ ଆପଣ ଦେଖୁଥିବା ସବୁକିଛିକୁ ଉନ୍ନତ କରିଥାଏ । ପିକ୍ସେଲ କଂଟ୍ରାଷ୍ଟ ବୁଷ୍ଟର୍ ସହିତ, ଉଜ୍ଜ୍ୱଳ ଅଂଚଳରେ ରଙ୍ଗ ଏବଂ କଂଟ୍ରାଷ୍ଟକୁ ବଢ଼ାଇ ଦିଆଯାଏ ଯାହା ଦ୍ୱାରା ଜଣେ ସେମାନଙ୍କର ଟିଭି ଦେଖିବାକୁ ଜୀବନ୍ତ ଶେଡ୍ ଏବଂ ରଙ୍ଗ, ଅଧିକ ଗଭୀରତା, ସୂକ୍ଷ୍ମ ଗଠନ ଏବଂ କେବଳ ସୋନି OLED ଦେଇ ପାରୁଥିବା ଶୁଦ୍ଧ କଳା କଂଟ୍ରାଷ୍ଟ ସହ ନିଜର ଟିଭି ଦେଖିବାକୁ ଉପଭୋଗ କରି ପାରିବେ । ଏହି ଅନନ୍ୟ ସୋନି ଟେକ୍ନୋଲୋଜି ପ୍ରାକୃତିକ ଦେଖାଯାଉଥିବା ନିଖୁଣତା ଏବଂ ବାସ୍ତବ ଗଠନ ପାଇଁ ରଙ୍ଗର ଅଧିକ ଶେଡ୍ ଏବଂ ଟୋନ୍‌କୁ ସୁନିଶ୍ଚିତ କରେ ।

ମୂଲ୍ୟ ଏବଂ ଉପଲବ୍ଧତା

ବ୍ରାଭିଆ A8H 5 ନଭେମ୍ବର୍ ୨୦୨୦ ପରଠାରୁ ସାରା ଭାରତରେ ସମସ୍ତ ସୋନି ରିଟେଲ୍ ଷ୍ଟୋର୍ (ସୋନି ସେଂଟର୍ ଏବଂ ସୋନି ଏକ୍ସକ୍ଲୁସିଭ୍‌), www.ShopatSC.com ପୋର୍ଟାଲ୍ ଏବଂ ବୃହତ୍ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଏବଂ ବିଶେଷ ଭାବରେ ଆମାଜନ୍ ଇ-କମର୍ସ ପୋର୍ଟାଲ୍‌ରେ ଉପଲବ୍ଧ ହେବ ।


Share It

Comments are closed.